କନକ ବ୍ୟୁରୋ: ଆଜି ପବିତ୍ର ମହାଳୟା । ବିଭିନ୍ନ ତୀର୍ଥ କ୍ଷେତ୍ରରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ଲୋକେ । ଏହାସହ ବିଭିନ୍ନ ଶକ୍ତିପୀଠରେ ମଧ୍ୟ ମା’ଙ୍କୁ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । 

Advertisment

ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ପବିତ୍ର ମହାଳୟା । ଆଜି ହେଉଛି ସେହିଦିନ ଯେବେ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳୀୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଆଜି  ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି ।  ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡଦାନ ପାଇଁ ବେଶ୍ ଭିଡ ଦେଖିବାକୁ ମିଳିଛି  । ତେବେ ବିଧି ପରମ୍ପରା ଅନୁଯାୟୀ  ମହାଳୟା ତିଥିରେ  ଅଟାଗୁଳାର ପିଣ୍ଡ ତିଆରି କରି ଦାନ କରିବା ସହିତ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ ମଧ୍ୟ କରାଇଲେ ପିତୃପୁରୁଷ ମୋକ୍ଷ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି   । ଏହି ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧକୁ ମୌଳାଶ୍ରାଦ୍ଧ ମଧ୍ୟ କୁହାଯାଇଥାଏ ।  ଯାହାକୁ ନେଇ ଆଜି ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଧେଶ୍ୟରେ ଶ୍ରାଦ୍ଧ ଦେଇ ବେଶ ଖୁସି ଅନୁଭବ କରିଛନ୍ତି। ଅନ୍ୟପଟେ  ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା  ଯାତ୍ରା । ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୂ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି ।