ଆଜି ପୀଠରେ ଦଶମୀ, ମଣ୍ଡପରେ ମହାନବମୀ ; ଗାଁଠୁ ସହର ଉତ୍ସବମୁଖର

ଆଜି ପୀଠରେ ମହାମାୟାଙ୍କ ଦଶମୀ, ମଣ୍ଡପରେ ମହାନବମୀ ନୀତିକାନ୍ତି । ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ସହର ବଜାର ।ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ରାତି ତମାମ୍ ଭିଡ଼ 

1q

କନକ ବ୍ୟୁରୋ: ଆଜି ପୀଠେ ଦଶମୀ ଏବଂ ମଣ୍ଡପରେ ମହାନବମୀ  । କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ସୃଷ୍ଟି ହୋଇଛି  ଭକ୍ତିମୟ ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ଟ୍ବିନ୍ ସିଟିରେ ମେଢ଼ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। । 

ରାଜଧାନୀ ରାତିରେ ଜମୁଛି ପୂଜାର ମାହୋଲ୍ । ଦିନରେ ଯେତିକି ଭିଡ଼ ରାତିରେ ବି ତାଠାରୁ ଅଧିକ ଭିଡ଼।  ସବୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି । କଟକରେ ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ । ଭିଡ଼ ହେଉଥିବାରୁ ରାତିରେ ପରିବାର ସହିତ ମିଶି ଶାରଦୀୟ ଦୁର୍ଗାପୂଜା ର ମଜା ନେଉଛନ୍ତି କଟକ ସହର ବାସିନ୍ଦା  । ରାତି ୧୨ ପରେ ମଧ୍ୟ ଲୋକମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି ।  ଖାନନଗର ଦୁର୍ଗା ପୂଜା ମଣ୍ଡପରେ ଲୋକମାନଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଛି । ଅପରେସନ ସିନ୍ଦୂର କୁ ଥିମ୍ କରି ତୋରଣ ପ୍ରସ୍ତୁତ କରାଯାଇଛି । ଯାହାକୁ ଦେଖବାକୁ ଲୋକମାନେ ଆସୁଛନ୍ତି ।  ରାତିରେ ମେଢ଼ ବୁଲିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe