କନକ ବ୍ୟୁରୋ: ଆଜି ଚଳିତବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି । ରାତିରେ ଆକାଶରେ ସଂଘଟିତ ହେବ ମହାଜାଗତିକ ଦୃଶ୍ୟ । ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୮ ମିନିଟରେ ଗ୍ରହଣ ଶେଷ ହେବ । ପ୍ରାୟ ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ । 

Advertisment

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଗଣନା କରି ଜ୍ୟୋତିଷ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ କରିବାକୁ କହିଛନ୍ତି  । ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ବିଜ୍ଞାନ ଯୁଗରେ ଖଇବା ମନାକୁ ଅନ୍ଧବିଶ୍ୱାସ କହି ସମାଲୋଚନା କରିଛନ୍ତି ହେତୁବାଦୀ ।  ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳ ରେଖାରେ ଆସୁଥିବାରୁ ଚନ୍ଦ୍ରଗ୍ରହଣ ପଡୁଛି । ଏହା ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ । ରବିବାର ରାତିର ୯ଟା ୫୮ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଓ ଏଥର ଆକାଶରେ ବ୍ଲଡ୍
ମୁନ୍ ଦେଖାଯିବ ।