କନକ ବ୍ୟୁରୋ : ଧରାବତରଣ କରିବେ ଧନଦାତ୍ରୀ, ସବୁଠି ଆଧ୍ୟାତ୍ମିକତାର ମାହୋଲ । କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମା'ଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା, ବିରାଜିବେ ମା’ ଗଜଲକ୍ଷ୍ମୀ । ଘଣ୍ଟ ଘଣ୍ଟା, ଶଙ୍ଖନାଦ ଓ ହୁଳହୁଳିରେ କମ୍ପିବ ପୂଜା  ମଣ୍ଡପ। ସନ୍ଧ୍ୟାରେ କଳସ ଯାତ୍ରା ଆରମ୍ଭ ହେବାପରେ ମା’ଙ୍କ ପୂଜା ଆରମ୍ଭ ହେବ। ଢେଙ୍କାନାଳ, କେନ୍ଦ୍ରାପଡ଼ା ସମେତ ରାଜଧାନୀର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା' ଗଜଲକ୍ଷ୍ମୀ । ପୂଜାମଣ୍ଡପ ମାନଙ୍କରେ ମା’ ଗହଣାରେ ସଜେଇ ହେବେ। ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ନିକଟରେ ଖେଚୁଡି, ପଣା, ଖିରୀ, ପୁରି ଆଦି ଭୋଗ ଲାଗି ହେବ ।

Advertisment