ପରମ୍ପରା ନାଁରେ ପ୍ରଦୂଷଣ , ଚେତୁନାହାନ୍ତି ଲୋକ

ପ୍ଲାଷ୍ଟିକ୍ ଏବଂ ଥର୍ମୋକୁଲ୍ ମାଟିରେ ମିଶୁନଥିବାରୁ ପରିବେଶ ପାଇଁ ହାନିକାରକ ।

କନକ ବ୍ୟୁରୋ: ପୋଖରୀରେ ଭାସୁଛି ମାଳ ମାଳ ଡଙ୍ଗା । ଆଜି ଡଙ୍ଗାଭସା ପରେ ପ୍ରାୟ ସମସ୍ତ ପୁଷ୍କରିଣୀରେ ଏ ଦୃଶ୍ୟ ଦେଖିବାକୁ ମିଳିଛି । ଏ ଘଟଣା ଆପଣଙ୍କୁ ସାମାନ୍ୟ ଲାଗିପାରେ। ମାତ୍ର ଏହା ଯେ ପ୍ରଦୂଷଣର ଏକ ବଡ଼ କାରଣ ତାହା କେହି କେବେ ଭାବିନଥିବେ। ଏ ଡଙ୍ଗା ଏମିତି ସେମିତି ଡଙ୍ଗା ନୁହେଁ, ପୋଖରୀରେ ଭାସୁଥିବା ଏ ଡଙ୍ଗା ଭିତରୁ ଅଧିକାଂଶ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ଥର୍ମୋକୁଲରେ ପ୍ରସ୍ତୁତ । 

ଯାହା ଜଳ ପ୍ରଦୂଷଣର ମୁଖ୍ୟ କାରଣ ହେବା ସହ ଜଳଚର ପ୍ରାଣୀଙ୍କ ପାଇଁ ବି ଘାତକ ସାଜିଥାଏ । ପ୍ଲାଷ୍ଟିକ୍ ଏବଂ ଥର୍ମୋକୁଲ୍ ମାଟିରେ ମିଶୁନଥିବାରୁ ଏହା ପରିବେଶ ପାଇଁ ହାନିକାରକ ହୋଇଥାଏ । ଡଙ୍ଗାଭସା ପରେ ଏ ଥର୍ମୋକୁଲ୍ ପଡ଼ିପଡ଼ି ଆବର୍ଜନାରେ ପରିଣତ ହୁଏ । ଆଉ ଧୀରେଧୀରେ ମାଟିକୁ ପ୍ରଦୂଷିତ କରିଥାଏ ।  ଲୋକେ ଏସବୁ ଜାଣି ମଧ୍ୟ ସଚେତନ ହେଉନାହାନ୍ତି । ଧର୍ମ ନାଁରେ ପ୍ରଦୂଷଣ କରିବାକୁ ପଛଉନାହାନ୍ତି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe