କନକ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଚଳିତ ବର୍ଷ ଭାରତ ଏହାର ୯୧ ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏନେଇ ଗାଜିଆବାଦ ହିଣ୍ଡନ୍ ଏୟାରବେସ୍ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି । ପରେଡ୍ ସହ, ଆକାଶରେ କୌଶଳ ଦେଖାଉଛନ୍ତି ବାୟୁସେନାର ସ୍ବତନ୍ତ୍ର ବିମାନ । ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ପ୍ରମୁଖ ଭୂମିକା ତୁଲାଇଥିଲା ।
୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ 'ଭାରତୀୟ ବାୟୁ ସେନା' ନାମରେ ପରିଚିତ ହେଲା । ଏୟାର ମାର୍ଶଲ ସୁବ୍ରତୋ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ । ସ୍ୱାଧୀନତା ପରେ, ୧ ଏପ୍ରିଲ ୧୯୫୪ ରେ, ସୁବ୍ରତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଭାରତୀୟ ବାୟୁସେନାର ମୁଖ୍ୟାଳୟ ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/08/38-2025-10-08-10-34-58.jpg)