ଶ୍ରୀମନ୍ଦିରରେ ଆଜି ଦୀପାବଳି ; ବଡବଡୁଆ ଡାକିବେ ଶ୍ରଦ୍ଧାଳୁ

ଓଡ଼ିଶାରେ ଦୁଇ ଦିନିଆ ଦୀପାବଳି ପାଳନ । କିଏ ପାଳିଲା କାଲି, ଆଉ କିଏ ପାଳିବ ଆଜି । ଶ୍ରୀମନ୍ଦିରରେ ଆଜି ପାଳନ ହେବ ଆଲୋକର ପର୍ବ  । ବଡ ବଡୁଆ ଡାକିବେ ଶ୍ରଦ୍ଧାଳୁ । 

sr0

କନକ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି । ଗତକାଲି କିଛି ଲୋକ ପାଳନ କରିଥିବା ବେଳେ ଆଜି ପୁଣି କିଛି ଲୋକ ପାଳନ କରିବେ । ବିଭିନ୍ନ ପାଞ୍ଜିରେ ଦିଆଯାଇଥିବା ତିଥି ଓ ଲଗ୍ନ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ବଢାଇ ଦେଇଛି । ବିରଜା ପାଞ୍ଜିକୁ ମାନୁଥିବା ଜିଲ୍ଲାଗୁଡିକରେ ଗତକାଲି ଲୋକ ଦୀପାବଳି ପାଳନ କରିଛନ୍ତି । ସେହିପରି କୋହେନୂର ଓ ଖଡୀରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଦୁଇ ଦିନିଆ ଦୀପାବଳି ପାଳନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି । 

ଶ୍ରୀମନ୍ଦିରରେ ଆଜି ଦୀପାବଳି ପାଳନ ହେବ । କିନ୍ତୁ ଗତକାଲି ସନ୍ଧ୍ୟାରେ ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିବା ସହ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଛି। କେବଳ ଏହି ଦୀପାବଳି ନୁହେଁ ପୂର୍ବରୁ କୁମାର ପୂର୍ଣ୍ଣିମା, ଅନନ୍ତବ୍ରତ ଭଳି ଅନେକ ପର୍ବ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଏଭଳି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ଓ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe