କନକ ବ୍ୟୁରୋ: ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର । ଆଜି ରାତିରେ ହେବ ଶିବ , ପାର୍ବତୀଙ୍କ ବିବାହ । ବର ବେଶରେ ବାହାରିବେ ମହାଦେବ । ଏହି ପବିତ୍ର ଅବସରରେ ମହାଦେବଙ୍କୁ ଚନ୍ଦ୍ରଶେଖର ବେଶରେ ସଜାଇ ଦିଆଯାଇଛି । ଦେହରେ ପାଟ ବସ୍ତ୍ର ସହ ସୁନା ଅଳଙ୍କାର ପିନ୍ଧି ସଜେଇ ହୋଇଛନ୍ତି ମହାଦେବ ।  ସମ୍ବଲପୁର ଝାଡ଼ୁଆପଡାର ଲୋକନାଥ ବାବାଙ୍କୁ ସୁନାର ବିଲ୍ବ କିରଟି, ପଦ୍ମ କିରଟି ,ସୁନାର ଛତ୍ର, ସୁନାର ମୁକୁଟ, ସୁନାର କମର ପଟି ,ସୁନାର ଚାପେଶ୍ବରୀ ମାଳିରେ ସଜ୍ଜିତ କରାଯାଇଛି । ଏହା ସହ ମହାଦେବଙ୍କ ହାତରେ ରହିଛି ସୁନାର ଡମ୍ବରୁ ଓ ତ୍ରିଶୂଳ ।

Advertisment

 ବର୍ଷକ ପରେ ଆସିଛି ଶୀତଳଷଷ୍ଠୀର ଏହି ମହାର୍ଘ୍ୟ ଦିନ । ଯେବେ ମହାଦେବଙ୍କ ହାତ ଧରନ୍ତି ମା’ ପାର୍ବତୀ । ଆଉ ମା’ ପାର୍ବତୀଙ୍କୁ କନ୍ୟା ଭାବେ ଗ୍ରହଣ କରି କନ୍ୟା ଦାନ କରିବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ଇଚ୍ଛା ଆଜି ପୂର୍ଣ୍ଣ ହେଉଛି । ଅନେକ ଦିନ ଧରି ସୁବ୍ୟବସ୍ଥା କରିଥିବା ପରିବାରରେ ଆଜି ସବୁଠୁ ବଡ଼ ଦିନ । ମହାଦେବ ବର ବେଶରେ ଆସିବେ ଆଉ ତାଙ୍କ ଝିଅ ମା’ ପାର୍ବତୀଙ୍କ ପାଣି ଗ୍ରହଣ କରିବେ । ସେଥିପାଇଁ ସମସ୍ତଙ୍କ ମନରେ ନାହିଁନଥିବା ଖୁସି ।