କନକ ବ୍ୟୁରୋ : ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ସ୍ନାନବେଦିରେ ଚତୁର୍ଦ୍ଧା ବିଗ୍ରହ । ତିନି ରଥରେ ଗଜପତି କରୁଛନ୍ତି ଛେରାପହଁରା । ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଇଛନ୍ତି ସେବାୟତ । ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ।
ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା । ଶ୍ରୀଜିଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ତାମଯାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚି ଛେରାପହଁରା କରୁଛନ୍ତି । ପରେ ବିଧି ଅନୁଯାୟୀ ଆଳତି କରିବେ । ଶ୍ରୀଜିଉମାନେ ଧାରଣ କରିବେ ଗଜାନନ ବେଶ ବା ହାତୀ ବେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/11/JQ6dsIQo1uHPbBTZ0Aq9.jpg)