କନକ ବ୍ୟୁରୋ: କାହାର ହେବ ଦିଲ୍ଲୀ ? ଦିଲ୍ଲୀରେ କିଏ ଗଢ଼ିବ ସରକାର ? କାହାର ଫିଟିବ ଭାଗ୍ୟ । ଆଉ କିଛି ସମୟ ପରେ ଇଭିଏମ ଖୋଲିବା ପରେ ହୋଇଯିବ ସ୍ପଷ୍ଟ । ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହେବ ।
ମୋଟ ୧୯ଟି କେନ୍ଦ୍ରରେ ଭୋଟ ଗଣତି ପାଇଁ ଦୁଇ କମ୍ପାନି ଅର୍ଦ୍ଧସାମରିକ ବାହିନୀ ଓ ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ସମେତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣତି କେନ୍ଦ୍ରରେ ମୋବାଇଲ୍ ବ୍ୟବହାରକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ସେଠାରେ କେବଳ କ୍ଷମତାପ୍ରାପ୍ତ କର୍ମଚାରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଫଳାଫଳ ପୂର୍ବରୁ ଏଗଜିଟ ପୋଲ ଯେଉଁ ତଥ୍ୟ ଦେଉଛି, ସେଥିରେ ବିଜେପି ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ। କିନ୍ତୁ ନିକଟ ଅତୀତରେ ଏଗଜିଟ ପୋଲ ଏଗଜାଟରେ ପରିଣତ ହୋଇନଥିବା ଦେଖିବାକୁ ମିଳିଛି। ଏଗଜିଟ ପୋଲ ଆକଳନ ଯଦି ସତ ହୁଏ, ତାହେଲେ ବିଜେପି ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ଯାଉଛି। ଅନ୍ୟପଟେ ଭୁଲ ପ୍ରମାଣିତ ହେଲେ, ଆପ ଚତୁର୍ଥଥର ସରକାର ଗଢ଼ିବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ଗୋଟିଏ ପର୍ୟ୍ୟାୟରେ ମତଦାନ ଫେବୃଆରୀ ୫ ତାରିଖରେ ହୋଇଥିଲା। ମୋଟ ୬୦ ଦଶମିକ ୫୪ ପ୍ରତିଶତ ହୋଇଛି। ନିର୍ବାଚନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଗିଛି।
ଦିଲ୍ଲୀ ଗାଦିରେ ବସିବ କିଏ? ଏଗଜିଟ୍ ପୋଲ ବଢାଇଲା ସରକାରୀ ଦଳର ଚିନ୍ତା
ଦିଲ୍ଲୀରେ କାହାକୁ ମିଳିବ ବହୁମତ, କିଏ ଗଢ଼ିବ ସରକାର । ସରିବ କି ବିଜେପିର ୨୭ ବର୍ଷର ବନବାସ, ନା ଚୌକା ମାରିବ ଆପ୍ । କିଛି ସମୟ ପରେ ଖୋଲିବ ଇଭିଏମ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)