କନକ ବ୍ୟୁରୋ: ଆଜି ପ୍ରସିଦ୍ଧ ହାସ୍ୟଭିନେତା ସୁନୀଲ ଗ୍ରୋଭରଙ୍କ ୪୮ତମ ଜନ୍ମଦିନ ।   ସୁନୀଲ ଗ୍ରୋଭର ତାଙ୍କର 'ଗୁତ୍ଥି' ଓ 'ଡାକ୍ତର ମଶହୁର ଗୁଲାଟି' ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୧୯୯୮ରେ 'ପ୍ୟାର ତୋ ହୋନା ହି'ରେ ତୋତାରାମ ଭୂମିକାରେ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ ହୋଇଥିଲା । 'କମେଡି ନାଇଟ୍ସ ୱିଥ କପିଲ'ରେ 'ଗୁତ୍ଥି' ଚରିତ୍ର ତାଙ୍କୁ ରାତାରାତି ଲୋକପ୍ରିୟ କରିଥିଲା । 'ଗଜନୀ' ଓ 'ହିରୋପନ୍ତି' ଭଳି ଫିଲ୍ମରେ ସୁନୀଲ ଗ୍ରୋଭରଙ୍କ କ୍ଷୁଦ୍ର ଭୂମିକା ମଧ୍ୟ ଦର୍ଶକଙ୍କ ମନରେ ଛାପ ପକାଇଥିଲା । କପିଲ ଶର୍ମାଙ୍କ ସହ ମତଭେଦ ପରେ ସେ କିଛି ଦିନ ସ୍କ୍ରିନରୁ ଦୂରେଇ ରହିଥିଲେ । କିନ୍ତୁ ପରେ 'ଦି ଗ୍ରେଟ ଇଣ୍ଡିଆନ୍ କପିଲ ଶୋ'ରେ ପୁନର୍ବାର ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । 

Advertisment

ସୁନୀଲଙ୍କ  କମେଡି ଓ ଅଭିନୟ ଲୋକଙ୍କୁ ହସାଇବା ଭିତରେ ପ୍ରେରଣା ଦିଏ । ସଂଘର୍ଷରୁ ଆରମ୍ଭ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ସୁନୀଲ ଗ୍ରୋଭର । ସୁନୀଲ ବର୍ତ୍ତମାନ ଗୋଟିଏ ଶୋ’ ପାଇଁ ନେଉଛନ୍ତି ୨୫ ଲକ୍ଷ ଟଙ୍କା । ହେଲେ ଦିନ ଥିଲା ତାଙ୍କୁ ମାତ୍ର ୫୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା । ସୁନୀଲଙ୍କ ସଫଳତାର କାହାଣୀ  ଅନେକ କଳାକାରଙ୍କୁ ପ୍ରେରଣା ଯୋଗାଇଛି ।