ଧରାବତରଣ କଲେ ପ୍ରଭୁ ଯୀଶୁ । ଧୁମଧାମରେ ପାଳନ ହେଉଛି ବଡଦିନ

Advertisment

ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ । ରାଜଧାନୀ ସମେତ କଟକ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ ।

ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ । ରାଜଧାନୀ ସମେତ କଟକ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ ।

jishu 33

Photograph: (google)

କନକ ବ୍ୟୁରୋ: ମଧ୍ୟରାତ୍ରୀରେ ଧରାବରଣ କରିଲେ ପ୍ରଭୁ ଯୀଶୁ । ବଡ ଦିନ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ରାଜ୍ୟର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଭିଡ଼ ଜମାଇଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ରଙ୍ଗୀନ ଆଲୋକମାଳାରେ ଝଲସୁଛି ଗାଁଠୁ ସହର । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ମାନଙ୍କରେ ଧୁମଧାମରେ ବଡ଼ଦିନ ପାଳନ କରାଯାଉଛି ।

ଭୁବନେଶ୍ବରର ସତ୍ୟନଗର ପାଖରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।    

ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି । ହିମାଚଳ ପ୍ରଦେଶରେ ଥିବା ବହୁ ପୁରୁଣା ଚର୍ଚ୍ଚରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କେରଳର ଥ୍ରିସୁରରେ ଥିବା କାଥେଡ୍ରାଲକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ମୁମ୍ବାଇରେ ଥିବା ଚର୍ଚ୍ଚରେ ଖ୍ରୀଷ୍ଟିଆନ ଶ୍ରଦ୍ଧାଳୁମାନେ ଏକାଠି ହୋଇ କାରୋଲ ଗାନ କରିଥିଲେ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe