ଆଜି ପୀଠେ ଦଶମୀ, ମଣ୍ଡପରେ ମହାନବମୀ ; ଗୁପ୍ତ ଉପଚାର ସହ ମା’ଙ୍କ ଆରାଧନା

ପୀଠରେ ବିଜୟା ଦଶମୀ, ମଣ୍ଡପରେ ମହାନବମୀ ପୂଜା । ମାଆଙ୍କୁ ଦର୍ଶନ କରିବା ପାଇଁ ଶକ୍ତିପୀଠ ଓ ପୂଜା ମଣ୍ଡପ ଆଗରେ ଭକ୍ତଙ୍କ ଭିଡ । ପୀଠରେ ହେବ ଗୁପ୍ତ ଉପଚାର ଓ ପୂଜାବିଧି, ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି ମାଆଙ୍କ ଆରାଧନା ।

6ppppppp

କନକ ବ୍ୟୁରୋ: ଆଜି ପୀଠରେ ମାଆଙ୍କ ବିଜୟୀ ଦଶମୀ, ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା । ସବୁଠି ପୂଜାର ମାହୋଲ । ମଣ୍ଡପରେ ମା’ ଜଗଜ୍ଜନନୀଙ୍କ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ଗାଁଠୁ ସହର । ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ । ତେବେ ଆଜି ପୀଠରେ ମା’ଙ୍କୁ ଗୁପ୍ତ ଉପଚାର ଓ ପୂଜାବିଧି ତଥା ସ୍ୱତନ୍ତ୍ର ରୀତିନୀତିରେ ଆରାଧନା କରାଯିବ ।

ମହାମାୟାଙ୍କ ପୂଜା ପାଇଁ ସବୁଠି ଉତ୍ସବର ପରିବେଶ। ମଣ୍ଡପରେ ମହାନବମୀରେ ମା’ଙ୍କ ଦର୍ଶନ କରିବା ପାଇଁ ମଣ୍ଡପ ଗୁଡ଼ିକରେ ସକାଳୁ ଲୋକଙ୍କ ଗହଳି ଜମିବା ଆରମ୍ଭ କଲାଣି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । କଟକରେ ସୁନାଚାନ୍ଦିରେ ଝଟକୁଛନ୍ତି ମା’ । ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଭିଡ଼ । ବିଳମ୍ବିତ ରାତି ଯାଏ ରାଜଧାନୀରେ ଭିଡ ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe