କନକ ବ୍ୟୁରୋ: ପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅହେତୁକ ଭିଡ । ପ୍ରଥମ ଦିନ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ଅନୁଷ୍ଠିତ ହୋଇଥିବା ବେଳେ ଆଜି  ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଭକ୍ତମାନେ ମହାପ୍ରଭୁଙ୍କ ବାଙ୍କଚୁଡା ବେଶ ଦର୍ଶନ କରିବେ ।   

Advertisment

ଭକ୍ତଙ୍କ ଭିଡ ରହିଥିବାରୁ ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ଲଗାଯାଇଛି ବ୍ୟାରିକେଡ । ତେବେ ପଞ୍ଚୁକର ଦ୍ୱାଦଶୀ ତିଥିରେ ମଧ୍ୟ ଶ୍ରୀକ୍ଷେତ୍ରରେ ଲାଗିଛି ଗହଳିଚହଳି । ହଜାର ହଜାର ଭକ୍ତ ରତ୍ନବେଦୀରେ ଶ୍ରୀଜୀଉଙ୍କ ଚିତ୍ତାକର୍ଷକ ବେଶ ଦର୍ଶନ କରି କୃପାଲାଭ କରିବେ । ଦର୍ଶନ ସମୟରେ ଧଡା ପକାଯାଇ ପର୍ଯ୍ୟାୟ କ୍ରମେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ସେପଟେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସପି ।