ଆଜି ଧବଳେଶ୍ୱର ପୀଠରେ ବଡଓଷା ; ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଜି ଆଠଗଡ଼ ଧବଳେଶ୍ଵର ପୀଠରେ ପାଳନ ହେଉଛି ବଡ଼ଓଷା ପର୍ବ । ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ରାତି ୩ଟା ରୁ ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସୀତ ଜଳରେ ସ୍ନାନ କରାଯାଇ ଆଳତୀ ମଙ୍ଗଳ ଆଳତୀ ଘିଅରେ ଅଭିଶେକ କରାଯାଇଛି।

7bs

କନକ ବ୍ୟୁରୋ:  ଆଜି  ଆଠଗଡ଼ ଧବଳେଶ୍ଵର ପୀଠରେ ପାଳନ ହେଉଛି ବଡ଼ଓଷା ପର୍ବ । ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର।  ରାତି ୩ଟା ରୁ ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସୀତ ଜଳରେ ସ୍ନାନ କରାଯାଇ ଆଳତୀ ମଙ୍ଗଳ ଆଳତୀ ଘିଅରେ ଅଭିଶେକ କରାଯାଇଛି। ଏହାପରେ ବାଳଭୋଗ, ଖେଚୁଡ଼ି ଭୋଗ ପରେ ବଡ଼ସିଂହାର ବେଶରେ   ଦର୍ଶନ ଦେଉଛନ୍ତି  ବାବା ଧବଳେଶ୍ଵର। ଓଡ଼ିଶାର ଏକମାତ୍ର ଶୈବ ପୀଠ ଧବଳେଶ୍ଵରଙ୍କ ପୀଠରେ ବଡ଼ ଓଷା ପାଳନ କରାଯାଇଥାଏ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୁଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe