ଆଜି ନୁଆଁଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ମା ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

Advertisment

ଆଜି ଗଣପର୍ବ ନୂଆଁଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ଲାଗି ହେବ ନବାନ୍ନ। ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ଶୁଭେଛା ଜଣାଇବେ ପିଲାଠୁ ବୁଢା।

ଆଜି ଗଣପର୍ବ ନୂଆଁଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ଲାଗି ହେବ ନବାନ୍ନ। ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ଶୁଭେଛା ଜଣାଇବେ ପିଲାଠୁ ବୁଢା।

888

କନକବ୍ୟୁରୋ: ଆଜି ଗଣପର୍ବ ନୂଆଁଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ଲାଗି ହେବ ନବାନ୍ନ। ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ଶୁଭେଛା ଜଣାଇବେ ପିଲାଠୁ ବୁଢା।  ଜୁହାର ଭେଟ ପରମ୍ପରା ଅନୁଷ୍ଠିତ ହେବା ସହିତ ଢୋଲ ନିଶାନ ତାସାର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା। ପ୍ରଚଳିତ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ମା’ଙ୍କ ମନ୍ଦିରରେ ଗୁପ୍ତ ପୂଜା କରାଯିବା ସହ ନବାନ୍ନ ଲାଗି ହେବ ।

ସେହିପରି ବଲାଙ୍ଗୀରର ମା ପାଟଣେଶ୍ବରୀଙ୍କ ସମେତ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଆଦି ଅଞ୍ଚଳରେ ମଧ୍ୟ ଅଧିଷ୍ଟାତ୍ରୀ ଦେବୀଙ୍କ ପାଖରେ ନବାନ୍ନ ଲାଗିହେବାର କାର୍ୟ୍ୟକ୍ରମ ରହିଛି। ନୂଆଁଖାଇ ଅବସରରେ ପ୍ରତି ପରିବାରର ନିଜ ନିଜ ଇଷ୍ଟଙ୍କୁ ନୂଆ ଭୋଗ ଲାଗି କରିବାର ପରମ୍ପରା ରହିଛି। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବା ସହିତ ପରିବାରର ସଦସ୍ୟ ମାନେ ନୂଆ ପୋଷାକ ପରିଧାନ କରି ଏକାଠି ବସି ନୂଆଁ ଅନ୍ନ ଖାଇବା ସହିତ ପରସ୍ପରକୁ ଶୁଭେଛା ଜଣାଇବେ। ଜୀବିକା ଅର୍ଜନ ନିମନ୍ତେ ଘରଠୁ ଦୂରରେ ରହିଥିବା ବେଳେ ଗଣପର୍ବ ନୂଆଁଖାଇରେ ସାମିଲ ହେବାକୁ ପରିବାରର ସମସ୍ତ ସଦସ୍ୟ ଘରେ ପହଁଚି ସାରିଥିବା ବେଳେ ଭାଇଚାରାର ମାହୋଲ ଦେଖିବାକୁ ମିଳିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe