ବକ୍ରତୁଣ୍ଡଂ ମହାକାୟ
ସୂର୍ଯ୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ୟ୍ୟେଷୁ ସର୍ବଦା
କନକ ବ୍ୟୁରୋ : ଆଜି ବିରାଜିବେ ବିଘ୍ନରାଜ । ଅଗ୍ରପୂଜ୍ୟଙ୍କ ଆରାଧନା ସହ ଆସିଛି ପାର୍ବଣ । ଆଜି ବିରାଜିବେ ବିଘ୍ନ ବିନାଶକ । ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇଛି । ସକାଳୁ ସକାଳୁ ବିଭିନ୍ନ ପୂଜା କମିଟି, ଶିକ୍ଷାନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ସହର ବଜାର ସବୁ କିଛି ଚଳଚଞ୍ଚଳ ହୋଇଛି । ଗାଁଠୁ ସହର ସବୁଆଡ଼େ ଉତ୍ସବମୁଖର ପରିବେଶ । ପୂଜା କମିଟି ଗୁଡ଼ିକ ବିଭିନ୍ନ ପ୍ରକାର ଡିଜାଇନରେ ଗଜାନନଙ୍କ ମୂର୍ତ୍ତି କରିଛନ୍ତି । ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଖୋର୍ଦ୍ଧା ଜିଲ୍ଲା ଜଟଣି । ଜଟଣିରେ ବେଶ୍ ଜାକଜକମର ସହିତ ହୋଇଥାଏ ଗଣେଶ ପୂଜା । ଏଥର ବି ଜଟଣିର ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମୂର୍ତ୍ତି କରାଯାଇଛି । ସାଜସଜ୍ଜା ବି ଆଖି ଝଲସିଲା ଭଳି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/27/ganesha_puja_vidhi-2025-08-27-07-34-37.jpg)