କନକ ବ୍ୟୁରୋ; ଆଜି ଆସିପାରେ ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ । ପୂର୍ବାହ୍ନ ୧୦ଟାରେ ପ୍ରକାଶ ପାଇପାରେ ରେଜଲ୍ଟ । ତେବେ ପରୀକ୍ଷା ଫଳ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ କୌଣସି ଘୋଷଣା କରାଯାଇନାହିଁ । ଚଳିତ ଥର ୪୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୪ ଲକ୍ଷ ୧୨ ହଜାର ପିଲା ଦଶମ ପରୀକ୍ଷା ଦେଇଥିବା ବେଳେ ୧୭ ଲକ୍ଷ ୮୮ ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbse.gov.in , cbseresults.nic.in ଏବଂ results.cbse.gov.in ସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ । ଗତବର୍ଷ ସିବିଏସଇ ରେଜଲ୍ଟ ମେ’ ୧୩ରେ ପ୍ରକାଶ ପାଇଥିଲା ।