କନକ ବ୍ୟୁରୋ: ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଗୁରୁବାର ସକାଳ ୬ ଘଟିକାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେବଗଡ ବନ୍ଦ କରାଯାଇଛି। ବନ୍ଦ ସମୟରେ ସମସ୍ତ ସରକାରୀ ଓ ବେ‌ସରକାରୀ କାର୍ଯ୍ୟାଳୟ,କୋର୍ଟ, ବିଦ୍ୟାଳୟ, କଲେଜ, ଦୋକାନ ବଜାର ଓ ଯାନବାହାନ ବନ୍ଦ ରହିବ....

Advertisment

ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ନୂଆବାଲିରୋଇକୁ ସ୍ଥାନାନ୍ତର ହେବା ପରେ ଜନ ଅସନ୍ତୋ‌ଷ ବୃଦ୍ଧି ପାଇବାରେ ଲାଗିଛି । ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଉପଖଣ୍ଡସ୍ତରୀୟ ମେଡିକାଲର ମାନ୍ୟତା ପ୍ରଦାନ କରିବା ପାଇଁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ଗତ ୧୨ ତାରିଖ ଦିନ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହାର ପ୍ରତିବାଦ କରି ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଗୁରୁବାର ସକାଳ ୬ ଘଟିକାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେବଗଡ ବନ୍ଦ କରାଯାଇଛି। ବନ୍ଦ ସମୟରେ ସମସ୍ତ ସରକାରୀ ଓ ବେ‌ସରକାରୀ କାର୍ଯ୍ୟାଳୟ,କୋର୍ଟ, ବିଦ୍ୟାଳୟ, କଲେଜ, ଦୋକାନ ବଜାର ଓ ଯାନବାହାନ ବନ୍ଦ ରହିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।