କନକ ବ୍ୟୁରୋ : ଆଜି ବିଜେପିର କୋର କମିଟି ବୈଠକ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ । ସେ ଆଜିର ବିଜେପି କୋର କମିଟି ବୈଠକରେ ସାମିଲ ହେବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପାର୍ଟି ଅଫିସରେ ବସିବ ବୈଠକ । ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ ବୈଠକରେ । ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ବୈଠକରେ ଯୋଗ ଦେବେ । ଏହି କୋର କମିଟି ବୈଠକରେ ନୂଆପଡା ଉପନିର୍ବାଚନ ନେଇ ହେବ ଆଲୋଚନା । କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ହେବ ମାନସ ମନ୍ଥନ । ଏହା ସହ ରାଜ୍ୟ କମିଟି ମଧ୍ୟ ଚୂଡ଼ାନ୍ତ ହୋଇପାରେ ବୋଲି ଆକଳନ କରାଯାଉଛି ।
 

Advertisment