ଆଜି ମିଳିବ ସୁଭଦ୍ରା ଟଙ୍କା ; ପାଖାପାଖି ୧୮ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଆଜି ପୁଣି ମିଳିବ ସୁଭଦ୍ରା ଟଙ୍କା । ୧୮ ଲକ୍ଷ ଆବେଦନକାରୀଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଯାଜପୁରରେ ସ୍ବତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ । 

subhadra+++

subhadra+++ Photograph: (kanakNews)

କନକ ବ୍ୟୁରୋ : ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ  କରାଯିବ । ଯାଜପୁରରେ ଏକ ଭବ୍ୟ କାର୍ୟ୍ୟକ୍ରମରେ ଏହି ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ରାଜ୍ୟ ସରକାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଦେବାକୁ ଯାଉଥିବାବେଳେ, ବହୁ ସଂଖ୍ୟାରେ ଆବେଦନକାରୀଙ୍କ ଏନପିସିଆଇ ସମସ୍ୟାର ସମାଧାନ ହୋଇନଥିବା ଜଣାପଡିଛି । ତେବେ ଏନପିସିଆଇ ତ୍ରୁଟି ଥିବା ୩ଲକ୍ଷ ୩୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ଏପର୍ୟ୍ୟନ୍ତ ମାତ୍ର ୫୯ ହଜାର କ୍ଲିୟର କରିଛନ୍ତି । ଅର୍ଥାତ ଆହୁରି ୨ଲକ୍ଷ ୮୦ହଜାରରୁ ଅଧିକ ଆବେଦନକାରୀଙ୍କ ଏନପିସିଆଇ ତ୍ରୁଟିର ସମାଧାନ ହୋଇନାହିଁ । ପୂର୍ବରୁ ୮୦ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି । ଆଜି ଆଉ ୧୮ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ପରେ ସୁଭଦ୍ରା ହିତାଧିକାରୀଙ୍କ ମୋଟ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ । 

ଅନ୍ୟପଟେ ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କ ନେତୃତ୍ୱରେ ଏବଂ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ୩ଜଣ ଅତିରିକ୍ତ ଏସପି, ୮ଜଣ ଡିଏସପି, ୨୪ଜଣ ଇନ୍ସପେକ୍ଟର, ୨୦୦ ଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୨୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ପ୍ରମୁଖ ଅଧିକାରୀ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe