ଆଜି ଅଣବସର ଚତୁର୍ଦ୍ଦଶୀ ତିଥି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି

ଘଣ୍ଟ ଛତା କାହାଳୀ ମଧ୍ୟରେ ଶ୍ରୀନଅରକୁ ବିଜେ ହେବ ଖଡ଼ି ପ୍ରସାଦ ।

ଆଜି ଖଡ଼ି ପ୍ରସାଦ ବିଜେ ନୀତି

ଆଜି ଖଡ଼ି ପ୍ରସାଦ ବିଜେ ନୀତି Photograph: (KanakNews)

କନକ ବ୍ୟୁରୋ: ଆଜି ଅନବସରର ଚତୁର୍ଦ୍ଦଶୀ ତିଥି। ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ଦତ୍ତମହାପାତ୍ର ସେବାୟତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନଅରରୁ ଖଡ଼ିପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିବେ । 

ଏହାପରେ ହିଙ୍ଗୁଳା, ହରିତାଳ, କେଶର, କସ୍ତୁରୀ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରି ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିବେ। ଏହାପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ୩ଦିନ ପରେ ରଥଯାତ୍ରା ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe