କନକବ୍ୟୁରୋ : ଆଜି ଅଗଷ୍ଟ ୧ ସମ୍ବଲପୁରୀ ଦିନ୍‌  ।  ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଉପଲକ୍ଷେ କଳା, ସଂସ୍କୃତି ଓ ପରମ୍ପରାକୁ ଉଜାଗର କରିବା ପାଇଁ ପାଳନ ହେଉଛି ଏହି ସମ୍ବଲପୁରୀ ଦିନ  ।    ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ ହଲ ଠାରେ ମଧ୍ୟ ଧୁମ୍‌ଧାମର ସହିତ କଳାପରିଷଦ ପକ୍ଷରୁ ପାଳନ କରାଯାଉଛି ସମ୍ବଲପୁରୀ ଦିନ ।  ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ସମ୍ବଲପୁରୀ ଗୀତର ତାଳେତାଳେ ପାଳନ ହେଉଛି ସମ୍ବଲପୁରୀ ଦିନ  ।  

Advertisment

ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ,  ଉପଜିଲ୍ଲାପାଳ, ପ୍ରକଳ୍ପ ପ୍ରଶାସକ, ବିଡିଓ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରମୁଖ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ମଞ୍ଚାସୀନ ହୋଇଥିଲେ ।    ସମ୍ବଲପୁରୀ ଭାଷା ସାହିତ୍ୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଅତିଥିଗଣ  ।    କୁଚିଣ୍ଡା ଟାଉନ୍‌ ହଲ୍‌ଠାରେ ସମ୍ବଲପୁରୀ ଦିନ ପାଳନ ଅବସରରେ ଅଞ୍ଚଳର କଳାକାର ଏକାକାର ହୋଇ ନୃତ୍ୟ ଗୀତର ଆସର ଜମାଇଛନ୍ତି  ।   ହାଏକୃଷ୍ଣ ହାଏକୃଷ୍ଣ ଗୀତ ସାଙ୍ଗକୁ ରସରକେଲି ,  ମାଏଲା ଜଡ, ରଙ୍ଗବତୀ ଆଦି ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିବା ବେଳେ ଦର୍ଶକଙ୍କ ମନମୋହିଛି  ।