କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ତେବେ ଆଜି ମମତା ବାନାର୍ଜୀଙ୍କ ସରକାର ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ଦିନ ମଧ୍ୟରେ ଫାଶୀ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଏକ ବିଲ୍ ଆଣିବେ। ଦୁଷ୍କର୍ମ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ସଂକ୍ରାନ୍ତ ବିଲ୍ ଆଣିବା ନେଇ ମମତା ବାନାର୍ଜୀ ସରକାର ପ୍ରସ୍ତାବ ରଖିଛନ୍ତି।
ଏହି ବିଲକୁ ନେଇ ମମତା ବାନାର୍ଜୀଙ୍କ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି। କୋଲକାତାର ଆର.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ସିବିଆଇ। ମମତା ବାନାର୍ଜୀ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଷ୍କର୍ମ ଏବଂ ଶୀଘ୍ର ଶୁଣାଣି ଭଳି ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଦୁଇଥର ଚିଠି ଲେଖିଛନ୍ତି। ମମତାଙ୍କ ଚିଠିର ଜବାବ ରଖିଛନ୍ତି କେନ୍ଦ୍ର ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ। ସେ କହିଛନ୍ତି , ଜୁଲାଇ ପହିଲାରୁ ଭାରତୀୟ ନ୍ୟାୟ କୋଡ୍ ଲାଗୁ ହୋଇଛି। ମହିଳାଙ୍କ ପ୍ରତି ହିଂସା ରୋକିବା ପାଇଁ ଭାରତୀୟ ଦଣ୍ଡ ବିଧିରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ରାଜ୍ୟରେ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ମଧ୍ୟ ସେ ଦର୍ଶାଇଛନ୍ତି ।
ଚିଠିରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି , ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ପଶ୍ଚିମବଙ୍ଗରେ ୪୮ହଜାର ୬୦୦ ଦୁଷ୍କର୍ମ ଓ ପୋକ୍ସୋ ମାମଲା ବିଚାରାଧୀନ ରହିଛି। ଏହା ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ଆଉ ୧୧ଟି ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ମମତାଙ୍କୁ ଅନ୍ୟ ବିରୋଧୀ ଦଳ ନେତା ମଧ୍ୟ କଟାକ୍ଷ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/YKmPmj2LwnpOpQKWZucK.jpg)