ଆଜି ବି ଚାଲିପାରିଲାନି ସଂସଦ ; ବିହାର ଭୋଟର ତାଲିକାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

ସଂସଦରେ ବିହାର ଭୋଟର ତାଲିକା ସଂଶୋଧନ ତାତି  ।  ପ୍ରସଂଗ ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ପ୍ରସ୍ତାବ ଆଗତ । ଆଜି ବି ଚାଲିପାରିଲାନି ଗୃହ  । ଦିନ ଦୁଇଟା ଯାଏଁ ଲୋକସଭା ସ୍ଥଗିତ, ଆସନ୍ତାକାଲି ଯାଏଁ ରାଜ୍ୟସଭା ମୁଲତବୀ ।

22

କନକ ବ୍ୟୁରୋ: ଭୋଟର୍ ଲିଷ୍ଟ ଯାଞ୍ଚ ପ୍ରକ୍ରିୟାକୁ ନେଇ ଆଲୋଚନା ଚାହୁଛନ୍ତି ବିରୋଧୀ । ୨୦୨୫ ସଂସଦ ମୌସୁମୀ ଅଧିବେଶନରେ ବିହାରର ବିଶେଷ ଭୋଟର ତାଲିକା ସଂଶୋଧନ ନେଇ ବିରୋଧୀ ଦଳଙ୍କ ବିକ୍ଷୋଭ ଜାରି ରହିଛି । କଂଗ୍ରେସ ସାଂସଦ ମାନିକମ ଟାଗୋର ଲୋକସଭାରେ ସ୍ଥଗିତ ପ୍ରସ୍ତାବ ଆଗତ କରିଥିବା ବେଳେ ରାଜ୍ୟସଭାରେ ନିୟମ ୨୬୭ ଅଧୀନରେ ଆଲୋଚନା ପାଇଁ ଦାବି କରାଯାଇଛି । ଏହି ସଂଶୋଧନ ଦ୍ବାରା ଅନେକଙ୍କ ଭୋଟ ଅଧିକାର ହରଣ କରାଯାଉଛି   ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । 

ଅଧିବେଶନରେ ଅପରେସନ୍‌ ସିନ୍ଦୂର ଓ ମଣିପୁରରେ ରାଷ୍ଟ୍ରପତି ଶାସନ ଆଲୋଚନା ମଧ୍ୟ ହୋଇଛି ।  ତେବେ ସଂସଦରେ ବିରୋଧୀଙ୍କ ପ୍ରଦର୍ଶନ ଓ ହୋହଲ୍ଲା ଆଜି ମଧ୍ୟ ଦେଖିବାକୁ ମିଳିଛି ।  ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ସାଂସଦମାନଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ଏପରି ବାଧା ଗଣତନ୍ତ୍ର ପାଇଁ ଉଚିତ ନୁହେଁ । ବିହାର ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀ ସାଂସଦଙ୍କ ବିକ୍ଷୋଭ ଯୋଗୁଁ ଲୋକସଭା କାର୍ଯ୍ୟବାହୀ ଆଜି ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଛି । ସେପଟେ ରାଜ୍ୟସଭା ଆସନ୍ତାକାଲି ଦିନ ୧୧ ଟା ଯାଏଁ ସ୍ଥଗିତ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe