କନକ ବ୍ୟୁରୋ: ଭୋଟର୍ ଲିଷ୍ଟ ଯାଞ୍ଚ ପ୍ରକ୍ରିୟାକୁ ନେଇ ଆଲୋଚନା ଚାହୁଛନ୍ତି ବିରୋଧୀ । ୨୦୨୫ ସଂସଦ ମୌସୁମୀ ଅଧିବେଶନରେ ବିହାରର ବିଶେଷ ଭୋଟର ତାଲିକା ସଂଶୋଧନ ନେଇ ବିରୋଧୀ ଦଳଙ୍କ ବିକ୍ଷୋଭ ଜାରି ରହିଛି । କଂଗ୍ରେସ ସାଂସଦ ମାନିକମ ଟାଗୋର ଲୋକସଭାରେ ସ୍ଥଗିତ ପ୍ରସ୍ତାବ ଆଗତ କରିଥିବା ବେଳେ ରାଜ୍ୟସଭାରେ ନିୟମ ୨୬୭ ଅଧୀନରେ ଆଲୋଚନା ପାଇଁ ଦାବି କରାଯାଇଛି । ଏହି ସଂଶୋଧନ ଦ୍ବାରା ଅନେକଙ୍କ ଭୋଟ ଅଧିକାର ହରଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।
ଅଧିବେଶନରେ ଅପରେସନ୍ ସିନ୍ଦୂର ଓ ମଣିପୁରରେ ରାଷ୍ଟ୍ରପତି ଶାସନ ଆଲୋଚନା ମଧ୍ୟ ହୋଇଛି । ତେବେ ସଂସଦରେ ବିରୋଧୀଙ୍କ ପ୍ରଦର୍ଶନ ଓ ହୋହଲ୍ଲା ଆଜି ମଧ୍ୟ ଦେଖିବାକୁ ମିଳିଛି । ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସାଂସଦମାନଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ଏପରି ବାଧା ଗଣତନ୍ତ୍ର ପାଇଁ ଉଚିତ ନୁହେଁ । ବିହାର ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀ ସାଂସଦଙ୍କ ବିକ୍ଷୋଭ ଯୋଗୁଁ ଲୋକସଭା କାର୍ଯ୍ୟବାହୀ ଆଜି ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଛି । ସେପଟେ ରାଜ୍ୟସଭା ଆସନ୍ତାକାଲି ଦିନ ୧୧ ଟା ଯାଏଁ ସ୍ଥଗିତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/04/22-2025-08-04-14-53-06.jpg)