କନକ ବ୍ୟୁରୋ: ରେକର୍ଡ ଭାଙ୍ଗିଲା ତାତି । ତତଲା ତାୱାରେ ଭାଜି ହେଉଛି ଓଡ଼ିଶା । ଝାରସୁଗୁଡ଼ାରେ ପାରା ୪୧ ଡିଗ୍ରୀ ପାର୍ । ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିଭଳି ହୀରାକୁଦରେ ତାପମାତ୍ରା ୪୦.୧ ଡିଗ୍ରୀ, ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୩୯.୪ ଡିଗ୍ରୀ, ଚାନ୍ଦବାଲିରେ ତାପମାତ୍ରା ୩୮.୮ ଡିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଗ୍ରୀଷ୍ମପ୍ରବାହ ନେଇ ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଥିଲା । ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ୨୯ ତାରିଖରେ ପୁଣି ଫେରିବ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ । ସେଥିପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/03/27/CGrvHBj6qGpFMZIxvDL2.png)