ଆଜି ଦୁର୍ଘଟଣାର ଦିନ ;  ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗଲାଣି ୭ ଜୀବନ

ଆଜି ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ । କୋରାପୁଟରେ ଦୁଇ କାର ମୁହାଁମୁହିଁ ଧକ୍କାରେ ଗଲା ୪ ଜୀବନ । ବରଗଡ଼ରେ ଗଛରେ ପିଟି ହେଲା ପିକପ୍ ଭ୍ୟାନ୍, ୨ ମୃତ । ମୟୂରଭଞ୍ଜରେ ଟୋଲ୍ ପ୍ଲାଜାରେ ପିଟିହେଲା କାର, ଜଣେ ମୃତ । 

58

କନକ ବ୍ୟୁରୋ : ଅଶୁଭ ରବିବାର, ଗୋଟିଏ ଦିନରେ ଦୁର୍ଘଟଣାରେ ଗଲାଣି ୭ ଜୀବନ । ବିଭିନ୍ନ ସ୍ଥାନରୁ ଆସିଲା ଅଘଟଣର ଦୃଶ୍ୟ । କୋରାପୁଟରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼ରେ ୨ଜଣ ଓ ମୟୂରଭଞ୍ଜରେ ଜଣଙ୍କର ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ୨୬ ନମ୍ୱର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ଟିଟିଏସ ନିକଟରେ ଦୁର୍ଘଟଣା ଘଟିଛି  । ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । 

ସେହିପରି ବରଗଡ଼-ସୋହେଲା ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍‌ଅପ୍ ଭ୍ୟାନ । ଘଟଣାସ୍ଥଳରେ ଗାଡ଼ି ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ହୋଇଛି ।  ରବିବାର ଭୋର ସମୟରେ ଫଳ ବୋଝେଇ ଏକ ପିକଅପ୍ ଭ୍ୟାନ୍ ସୋହେଲା ପଟୁ ବରଗଡ଼ ଆଡ଼କୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା  । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯୋ ଗାଡ଼ି ଭିତରେ ଚାପି ହୋଇ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି । ଅଗ୍ନିଶମ ବିଭାଗ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ମୃତକଙ୍କ ଶବକୁ ଉଦ୍ଧାର କରିଛନ୍ତି । ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ
। 
ସେପଟେ ବାଲେଶ୍ୱରରୁ ବେତନଟୀ ଅଭିମୁଖେ ଯାଉଥିବା ବେଳେ ଏକ କାର ପଦ୍ମନାଭପୁର ଟୋଲଗେଟ ବୁଥକୁ ମାଡ଼ିଯାଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଅନ୍ୟଜଣେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଟୋଲ୍ କର୍ମଚାରୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe