କନକ ବ୍ୟୁରୋ : ଜିଲ୍ଲା ସଭାପତି ଚୟନ ପାଇଁ ରାଜ୍ୟସ୍ତରୀୟ ସୃଜନ ଏବଂ ୱାର ରୁମ କମିଟି ଗଠନ କଲା ରାଜ୍ୟ କଂଗ୍ରେସ। ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଗୋଟି ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ କରିବ ଦଳ । ଏଥିପାଇଁ  ଜାତୀୟ କଂଗ୍ରେସ କମିଟି ୩୫ ଜଣ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଏହି ପର୍ଯ୍ୟବେକ୍ଷକ  ମାନଙ୍କ ସହିତ ଯୋଗାଯୋଗ ଓ ସମନ୍ୱୟ ରଖିବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ରାଜ୍ୟସ୍ତରୀୟ ସୃଜନ କମିଟି ଏବଂ ୱାରରୁମ କମିଟି ଗଠନ କରିଛନ୍ତି । ସୃଜନ କମିଟିରେ ଅଧ୍ୟକ୍ଷ ଭାବେ ଡ. ଦେବାଶିଷ ପଟ୍ଟନାୟକ ରହିଥିବା ବେଳେ ସହ ଅଧ୍ୟକ୍ଷ ଭାବେ ସୁଧାଂଶୁ ଶେଖର ଦେଓ ରହିଛନ୍ତି । ୱାରରୁମ କମିଟିର ଅଧ୍ୟକ୍ଷ ଭାବେ ମନୋରଞ୍ଜନ ଦାଶ ରହିଥିବା   ବେଳେ ସଭ୍ୟ ଭାବରେ ତରୁଣ ମିଶ୍ର, ବାଙ୍କନିଧି ବେହେରା, ଶାନ୍ତନୁ କୁମାର ସାହୁ ଓ ଜୟଶ୍ରୀ ପାତ୍ର ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ  ସୂତ୍ରରୁ ଏକ ପ୍ରେସ ଇସ୍ତହାରରେ କୁହାଯାଇଛି ।