କନକ ବ୍ୟୁରୋ : ବାଂଲାଦେଶରେ ଆତଙ୍କରେ ହିନ୍ଦୁ । କେଉଁଠି ହତ୍ୟା ହେଉଛି ତ କେଉଁଠି ଘର ପୋଡି ଦିଆଯାଉଛି, ପୁଣି ବିତାଡିତ ମଧ୍ୟ କରାଯାଉଛି । ଏହାକୁ ନେଇ ପ୍ରସିଦ୍ଧ ଲେଖିକା ତସଲିମା ନସରିନ ବଡ଼ ବୟାନ ଦେଇଛନ୍ତି । କିଛିଦିନ ତଳେ ବାଂଲାଦେଶର ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ଲେଖିକା ତସଲିମା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବାଂଲାଦେଶର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଲେଖିଛନ୍ତି କି, ଯେତେଦିନ ପର୍ଯ୍ୟନ୍ତ ୟୁନୁସ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ରହିବେ ସେତେଦିନ ପର୍ଯ୍ୟନ୍ତ ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ନୁହଁନ୍ତି । କହିରଖୁ କି, ବାଂଲାଦେଶର ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କୁ ଘରୁ ଡାକି ନେଇ ପିଟି ପିଟି ହତ୍ୟା କରାଯାଇଥିଲା । ଏହାକୁ ନେଇ ତସଲିମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଯାଇଛି କି,
- ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କୁ ପିଟି ପିଟି ହତ୍ୟା କରାଗଲା
- ମୁଁ ଅନୁମାନ କରିପାରୁଛି ଏହି ହତ୍ୟା କେଉଁମାନେ କରିଛନ୍ତି
- ୟୁନୁସ ହିନ୍ଦୁଙ୍କୁ ହତ୍ୟା କରୁଥିବା ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି
- ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ଥିବା ମିଥ୍ୟା ପ୍ରଚାର କରୁଛନ୍ତି ୟୁନୁସ
- ଭାରତ ମିଥ୍ୟା ପ୍ରଚାର କରୁଥିବା ୟୁନୁସ ଦାବି କରୁଛନ୍ତି
- ଯଦି ୟୁନୁସ ଅଧିକ ଦିନ କ୍ଷମତାରେ ରହିବେ ତେବେ ହିନ୍ଦୁ ସମାପ୍ତ ହୋଇଯିବେ
- ହିନ୍ଦୁଙ୍କୁ ରକ୍ଷା କରିବାକୁ ହେଲେ ୟୁନୁସଙ୍କୁ ଗାଦିଚ୍ୟୁତ କରିବାକୁ ପଡିବ
ତସଲିମାଙ୍କ ଏଭଳି ପୋଷ୍ଟ ପରେ ବାଂଲାଦେଶ ସମେତ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ବିବାଦ ଆରମ୍ଭ ହୋଇଛି । ପୂର୍ବରୁ ବି ତସଲିମା କଟ୍ଟରପନ୍ଥୀ ଓ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଛନ୍ତି ।