କନକ ବ୍ୟୁରୋ : କୋଲକାତା ଆର,ଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତାଙ୍କ ଆକ୍ସନକୁ ବିରୋଧ କରି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଜବାହର ସରକାର । ଏନେଇ ସେ ମମତା ବାନାର୍ଜୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି । 

Advertisment

ଜବାହର ସରକାର ତାଙ୍କ ଚିଠିରେ ଲେଖିଛନ୍ତି କି, ଆରଜି କର ମେଡିକାଲ ଘଟଣାରେ ମମତା ବାନାର୍ଜୀ ତୁରନ୍ତ ବଡ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶା କରିଥିଲେ । ମମତା ବାନାର୍ଜୀ ଦୋଷୀଙ୍କ ଉପରେ ପୁରୁଣା ଷ୍ଟାଇଲରେ ଆକ୍ସନ ନେବେ ବୋଲି ସେ ଆଶା କରିଥିଲେ । ହେଲେ ସଂପୃକ୍ତ ମାମଲାରେ ମମତା ବାନାର୍ଜୀଙ୍କ ପଦକ୍ଷେପ ଠିକ୍ ନଥିଲା । ଏବେ ସେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତି ବିଳମ୍ବ ହୋଇଛି । ତେଣୁ ମମତା ବାନାର୍ଜୀଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା କଥା ଲେଖିଛନ୍ତି । 

ପୂର୍ବତନ ସରକାରୀ କର୍ମଚାର ଜବାହର ସରକାରଙ୍କୁ ୨୦୨୧ ମସିହାରେ ମମତା ବାନାର୍ଜୀ ଟିଏମସି ଟିକେଟରୁ ରାଜ୍ୟସଭା ପଠାଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାର ଥିଲା । ପଶ୍ଚିମବଙ୍ଗରେ ମୋଟ ୧୬ ଟି ରାଜ୍ୟସଭା ଆସନ ରହିଛି । ତା ମଧ୍ୟରୁ ବିଜେପି ପାଖରେ ୨, କଂଗ୍ରେସ ୧ , ସିପିଆଇଏମ ୧ ଓ ଟିଏମସି ପାଖରେ ୧୩ ଟି ରାଜ୍ୟସଭା ପଦ ରହିଛି ।