କନକ ବ୍ୟୁରୋ: ବିବାଦରେ ୟୁସୁଫ୍ ପଠାନ । କ୍ରିକେଟର ତଥା ରାଜନେତା ୟୁସୁଫ୍ ପଠାନ ଏବେ ବିବାଦରେ ଛନ୍ଦି ହେଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କୁ ନେଇ ପ୍ରବଳ ଟ୍ରୋଲ୍ କରାଯାଉଥିବାବେଳେ, ଏହାକୁ ନେଇ ତେଜିଛି ରାଜନୀତି । ଅସଲ କଥା ହେଲା, ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଓ୍ୱାକଫ୍ ଆଇନକୁ ନେଇ ହିଂସା ଦେଖିବାକୁ ମିଳିଥିଲା । ଯେଉଁ ମାମଲା କି, ଏବେ କୋର୍ଟରେ ପହଞ୍ଚିସାରିଛି । ତେବେ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେଇଥିଲା । ପୋଲିସ ଏହି ଘଟଣାରେ ଆହୁରି ୧୨ ଜଣଙ୍କୁ ଗିରଫ କରିସାରିଛି । ହେଲେ ଏ ସବୁ ଭିତରେ କିନ୍ତୁ, ବିବାଦରେ ଛନ୍ଦି ହେଇଛନ୍ତି ବରହମପୁର ଆସନରୁ ତୃଣମୂଳ କଂଗ୍ରେସର ସାଂସଦ ଥିବା ୟୁସୁଫ୍ ପଠାନ୍ । ତାଙ୍କର ଗୋଟିଏ ପୋଷ୍ଟ ଏବେ ପ୍ରବଳରୁ ଅତି ପ୍ରବଳ ଭାଇରାଲ ହେବାକୁ ଲାଗିଥିବାବେଳେ, ଏହି ଗୋଟିଏ ପୋଷ୍ଟ ପାଇଁ ସେ ସମାଲୋଚନାର ଶିକାର ହେବାକୁ ପଡିଛି ।
ସାଂସଦ ୟୁସୁଫ୍ ପଠାନ ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଆରାମରେ ଚା’ର ମଜା ନେଉଥିବାର ଦେଖିବାକୁ ମିଳିଥିଲା । ତେବେ ମୁର୍ଶିଦାବାଦରେ ଦେଖାଦେଇଥିବା ହିଂସା ଭିତରେ ତାଙ୍କର ଏହି ପୋଷ୍ଟକୁ କିନ୍ତୁ ଲୋକମାନେ ପସନ୍ଦ କରିନାହାଁନ୍ତି । ଯାହାକୁ ନେଇ ସେ ପ୍ରବଳ ଟ୍ରୋଲର ଶିକାର ହୋଇଛନ୍ତି ।
ଖାସ୍ କରି ବିଜେପି ଏହି ଘଟଣାରେ ତୃଣମୂଳ ସାଂସଦ ୟୁସୁଫ୍ ପଠାନଙ୍କ ଉପରେ ଆକ୍ରମଣ କରିଥିଲା । ଏହାସହିତ ମମତା ବାନାର୍ଜୀ ସରକାର ପ୍ରାୟୋଜିତ ହିଂସାକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ କରିଥିଲା। ଯେତେବେଳେ ବେଙ୍ଗଲ ଜଳୁଛି, ସେତେବେଳେ ସାଂସଦ ଚା’ ପିଉଛନ୍ତି । ମମତା ବାନାର୍ଜୀ ସରକାର ହିଂସାକୁ ପ୍ରୋତ୍ସାହିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଏ ପର୍ୟ୍ୟନ୍ତ ଏହି ଘଟଣାରେ ୟୁସୁଫ୍ ପଠାନଙ୍କ ପ୍ରତିକ୍ରିୟା ମିଳିପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/04/13/gJAIK2s5ewfaGOeawnf4.jpg)