ପୁଣି ଓଡ଼ିଶା ବିରୋଧରେ ବର୍ଷିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା : କହିଲେ ବଙ୍ଗଳା କହିଲେ ଓଡ଼ିଶାରେ ରୋହିଙ୍ଗ୍ୟା କହି ଦିଆଯାଉଛି ନିର୍ଯାତନା

ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ବଳପୂର୍ବକ ଓଡ଼ିଶାରୁ ବାହାର କରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ରା ।

1

Photograph: (kanaknews)

କନକବ୍ୟୁରୋ : ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ବଳପୂର୍ବକ ଓଡ଼ିଶାରୁ ବାହାର କରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ରା । ନୟାଗଡ଼ରୁ ୪ ଜଣ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ପୁଲିସ ବଳପୂର୍ବକ ବାହାର କରି ଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।  କହିଛନ୍ତି କେବଳ ବଙ୍ଗାଳି ଭାଷା କହୁଥିବାରୁ ପୁଲିସ ତାଙ୍କୁ ରୋହିଙ୍ଗ୍ୟା ମୁସଲିମର ଆଖ୍ୟା ଦେଇ ବାହାର କରି ଦେଇଛି । ସେମାନଙ୍କ ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବା ପରେ ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ରୋହିଙ୍ଗ୍ୟା ଆଖ୍ୟା ଦେଇ ରାଜ୍ୟରୁ ବାହାର କରିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି କହିଛନ୍ତି ଟିଏମସି ସାଂସଦ ।

ଅଧିକ ପଢନ୍ତୁ.. ମହାମାରୀ ପରି ବ୍ୟାପୁଛି କିଡ୍‌ନି ରୋଗ; ପିଇବା ପାଣି ସାଜୁଛି ଘାତକ

ଏନେଇ ସେ ନୟାଗଡ଼ ଏସପି ଓ ଡିଜିପିଙ୍କୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଆପତ୍ତି ଜାହିର କରିବା ସହ କୋର୍ଟରେ କଥା ହେବେ ଓ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି । କହିଛନ୍ତି ପଶ୍ଚିମବଙ୍ଗରେ ସଂଖ୍ୟାଧିକ ଓଡ଼ିଆ ରହୁଛନ୍ତି, ସେମାନଙ୍କୁ କେହି ଦୁର୍ବ୍ୟବହାର କରୁ ନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗର ଲୋକ ଓଡ଼ିଶାରେ ଭେଦଭାବର ଶିକାର ହେଉଥିବା ସେ ଅଭିଯୋଗ ଆଣିଛନ୍ତି ।  ଏପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, କେବଳ ଅନୁପ୍ରବେଶକାରୀଙ୍କୁ ବାହାର କରାଯାଉଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe