କନକ ବ୍ୟୁରୋ : ସୁପାରୀ କିଲରଙ୍କୁ କାବୁ କଲେ ନେତା । ବନ୍ଧୁକଧାରୀ ହତ୍ୟାକାରୀଙ୍କୁ କାବୁ କଲେ ଟିଏମସି ନେତା । ବିନା ମାରଣାସ୍ତ୍ରରେ ଟିଏମସି କାଉନସିଲରଙ୍କ ଏଭଳି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା । ତେବେ ଏହି ଘଟଣା ସମୟର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି । କୋଲକାତାର କେଶବା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତବାକ, କୋଲକାତା ମହାନଗର ନିଗମର ୧୦୮ ନମ୍ବର ୱାର୍ଡର କର୍ପୋରେଟର ଶୁଶାନ୍ତ ଘୋଷ ତାଙ୍କ ଘର ସାମ୍ନାରେ ପରିବାର ସହ ବସିଥିଲେ । ଏହି ସମୟରେ ଦୁଇ ଜଣ ସୁଟର ଏକ ବାଇକରେ ଆସି ପହଞ୍ଚିଥିଲେ ।
କେହି କିଛି ବୁଝିବା ପୂର୍ବରୁ ସେମାନେ ବନ୍ଧୁକ କାଡି ଶୁଶାନ୍ତଙ୍କ ଆଡକୁ ଆସୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଉଥିବା ବେଳେ ଶୁଶାନ୍ତ ଉଠିପଡିଥିଲେ । ବନ୍ଧୁକରୁ ବୁଲେଟ ବାହାରିବା ପୂର୍ବରୁ ସୁଟର ଜଣଙ୍କ ବାଇକରେ ବସି ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଶୁଶାନ୍ତ ଉଠିପଡି ହତ୍ୟାକାରୀଙ୍କୁ ଗୋଡାଇ ଗୋଡାଇ କାବୁ କରିଛନ୍ତି । ବାଇକରେ ବସିବାରେ ଅସମର୍ଥ ହେବା ପରେ ଲୁଟେରା ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କର୍ପୋରେଟର ତାଙ୍କୁ ଗୋଡାଇ ଗୋଡାଇ ଧରିଛନ୍ତି । ଆଉ ପଚାରିବା ପରେ ହତ୍ୟାକାରୀ ମାନିଛି ଯେ, ତାଙ୍କୁ ହତ୍ୟା କରିବାକୁ ସୁପାରି ଦିଆଯାଇଥିଲା । ଦୁଇ ସୁଟରଙ୍କୁ ବିହାରରୁ ଅଣାଯାଇଥିଲା । ସ୍ଥାନୀୟ ଝଗଡ଼ାକୁ ନେଇ ଏଭଳି ହତ୍ୟା ଷଡଯନ୍ତ୍ର କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/16/9jHeHHzOiS255QiTzxMH.jpg)