କନକ ବ୍ୟୁରୋ: ବିଶ୍ବକପ୍‌ରୁ ବିଦା ହେବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିସିସିଆଇ ଉପରେ ଦାଉ ସାଧିବାକୁ ବାଟ ଖୋଜୁଛି । ସେଥିପାଇଁ ଆଇପିଏଲ୍‌କୁ ଅନୁକରଣ କରି ପୂର୍ବରୁ ପୁରୁଷ ଟ୍ବେଣ୍ଟି-୨୦ ଲିଗ୍‌ ଆରମ୍ଭ କରିବା ପରେ ଡବ୍‌ଲ୍ୟୁପିଏଲ୍‌କୁ ଟକ୍କର ଦେବାକୁ ଯାଇ ଏକ ନିଜସ୍ବ ମହିଳା ଲିଗ୍‌ ଆରମ୍ଭ କରିବାକୁ ଯାଉଛି । ବୁଧବାର ସଂଧ୍ୟାରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଏହି ବିଷୟରେ ଆନୁଷ୍ଠାନିକ ଘୋଷଣା କରିଛି । ପ୍ରସ୍ତାବିତ ଲିଗ୍‌ର ନାଁ ଡବ୍‌ଲ୍ୟୁବିପିଏଲ୍‌ (ଓମେନ୍ସ ବାଂଲାଦେଶ ପ୍ରିମିୟର୍‌ ଲିଗ୍‌) ରଖାଯାଇଛି । ଆସନ୍ତା ଏପ୍ରିଲ ମାସରେ ଖେଳାଯିବାକୁ ଥିବା ପ୍ରଥମ ସଂସ୍କରଣ ମାତ୍ର ତିନିଟି ଦଳକୁ ନେଇ ଖେଳାଯିବ । ପୂର୍ବରୁ ପ୍ରସ୍ତୁତ ଚିଠା ଅନୁସାରେ ଫ୍ରାଞ୍ଚାଇଜ ଦଳ ଗଠନ କରିବେ । ଫ୍ରାଞ୍ଚାଇଜଙ୍କ ପାଖ‌ରେ ଘରୋଇ ଓ ବିଦେଶ ଖେଳାଳିଙ୍କୁ ନେବାର ସୁଯୋଗ ରହିବ । ଲିଗ୍‌ ଏପ୍ରିଲ ୩ରୁ ୧୫ ଯାଏ ଖେଳାଯିବ । ବିସିବି ନିର୍ଦ୍ଦେଶିକା ରୁବାବା ଦୋଉଲା ଡବ୍‌ଲ୍ୟୁବିପିଏଲ୍‌ ପରିଚାଳନା ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।

Advertisment

ଏହା ବି ପଢ଼ନ୍ତୁ: ଟାଇ ମ୍ୟାଚ୍‌ ବଢ଼ାଇଛି ବିଶ୍ବକପ୍‌ ରୋମାଞ୍ଚ, ଭାରତ-ପାକିସ୍ତାନରୁ ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ଯାଏଁ