ତତଲା କଡ଼େଇରେ ଟିଟିଲାଗଡ଼ । ଏବେଠୁ ଅସହ୍ୟ ହେଲାଣି ଖରା, ଜଳୁଛି ପଶ୍ଚିମ ଓଡ଼ିଶା ।

Advertisment

ଏବେଠୁ ଅସହ୍ୟ ହେଲାଣି ଖରା, ଜଳୁଛି ପଶ୍ଚିମ ଓଡ଼ିଶା । ୩୮ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ଭାରତର ସବୁଠୁ ଉତ୍ତପ୍ତ । ଦେଶର ୧୦ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୪ ସହର ।

ଏବେଠୁ ଅସହ୍ୟ ହେଲାଣି ଖରା, ଜଳୁଛି ପଶ୍ଚିମ ଓଡ଼ିଶା । ୩୮ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ଭାରତର ସବୁଠୁ ଉତ୍ତପ୍ତ । ଦେଶର ୧୦ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୪ ସହର ।

16-heat wave

କନକ ବ୍ୟୁରୋ: ଏବେଠୁ ଅସହ୍ୟ ହେଲାଣି ଖରା । ଜଳୁଛି ସାରା ଓଡ଼ିଶା, ବିଶେଷ କରି ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ଗତକାଲି ୩୮ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ଭାରତର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଦେଶର ୧୦ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୪ ଜିଲ୍ଲା ରହିଛି । ୩୮.୨ ଡିଗ୍ରୀ ସହ ଝାରସୁଗୁଡ଼ା ଚତୁର୍ଥ ସ୍ଥାନରେ ଥିବା ବେଳେ ୩୮ ଡିଗ୍ରୀ ପାରଦ ସହ ବଲାଙ୍ଗୀର ଷଷ୍ଠ ସ୍ଥାନରେ ରହିଛି । ସେହିପର ୧୦ ନମ୍ବର ତାଲିକାରେ ରହିଛି ଅନୁଗୁଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe