କନକ ବ୍ୟୁରୋ : ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ମାର୍ଚ୍ଚ ମାସର ପହିଲା ଦିନର ତାତି ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ର ତାତି ଦେଶର ୧୦ ସହର ଭିତରେ ସବୁଠାରୁ ଉପରେ ରହିଛି ।  ଟିଟିଲାଗଡ଼ରେ ମାର୍ଚ୍ଚ ୧ ତାରିଖରେ ୩୮.୦୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡାର ସମେତ ୩ଜିଲ୍ଳାର ତାପମାତ୍ରା ୩୮ ଡିଗ୍ରୀ ଟପି ଯାଇଥିଲା । ୮ଜିଲ୍ଳାର ତାପମାତ୍ର ୩୭ ଡିଗ୍ରୀ ଉପରେ ରହିଥିଲା । ମାର୍ଚ୍ଚ ଦ୍ବିତୀୟ ଦିନରେ ବି ପାରଦ ଉପରମୁହାଁ ରହିଛି । ମାର୍ଚ୍ଚ ମାସର ପ୍ରଥମରୁ ଏଭଳି ତାତିକୁ ନେଇ ଚିନ୍ତା ବଢ଼ିଛି । 

Advertisment

ବିଶ୍ଵ ପାଣିପାଗ ସଂସ୍ଥା ବା ଡବ୍ଲୁ ଏମ ଓ ର ଆକଳନ ଏହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ସ୍ଵାଭାବିକଠାରୁ ଅଧିକ ତାପମାତ୍ରା ରେକର୍ଡ ହେବ । ଏହା ସହ ଉପକୂଳର ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପାରେ । ତେବେ ଏପ୍ରିଲ ଓ ମେ’ ମାସରେ ତାପମାତ୍ରା ସ୍ଵାଭାବିକଠାରୁ କମ୍ ରହିପାରେ । ଗ୍ରୀଷ୍ମ ପ୍ରବାହ ରହିଲେ ବି କାଳବୈଶାଖୀ ବର୍ଷା ସାମାନ୍ୟ ତାତିରୁ ନିସ୍ତାର ଦେଇପାରେ । ଗତ ଦୁଇ ବର୍ଷ ଅର୍ଥାତ ୨୦୨୩ ଓ ୨୦୨୪ ଲଗାତାର ଭାବେ ବିଶ୍ଵର ଉତ୍ତପ୍ତ ବର୍ଷ ହୋଇଥିଲା । ତେଣୁ ୨୦୨୫ରେ ଜାନୁଆରୀ ମାସ ଅଧାରୁ ହିଁ ଶୀତ ଗାଏବ ହେବା, ଫେବ୍ରୁଆରି ପ୍ରଥମ ସପ୍ତାହର ତାତି ରେକର୍ଡ