କନକବ୍ୟୁରୋ : ତିରୁପତି ଲଡ଼ୁକୁ ନେଇ ବିବାଦ ଭିତରେ ସ୍ପଷ୍ଟୀକରଣ ରଖିଛି ମନ୍ଦିର ଟ୍ରଷ୍ଟ । ପ୍ରସାଦର ପବିତତ୍ରା ସୁନିଶ୍ଚିତ କରାଯାଇଛି । ସାମୟିକ ପାଇଁ ଗାଈ ଘିଅରେ ଲଡ଼ୁ ପ୍ରସ୍ତୁତ ହେବ ବୋଲି କହିଛି ‘ତିରୁମାଳା ତିରୁପତି ଦେବସ୍ଥାନ’ । ମନ୍ଦିର ପୂର୍ବତନ ମୁଖ୍ୟ ପୂଜକ ଘଟଣାକୁ ନେଇ ପ୍ରତିକ୍ରିୟା ରଖି ଏଭଳି କାର୍ଯ୍ୟ ବହୁଦିନ ହେବ ଚାଲୁଥିଲା ବୋଲି କହିଛନ୍ତି ।  ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ବିବାଦ ବଢିବାରେ ଲାଗିଛି ।

Advertisment

ଘଟଣାକୁ ନେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି ତିରୁପତି ମନ୍ଦିର ଟ୍ରଷ୍ଟ ‘ତିରୁମାଳା ତିରୁପତି ଦେବସ୍ଥାନ’ । ତିରୁମାଳା ତିରୁପତି ଦେବସ୍ଥାନ’ କହିଛି, ଲଡ଼ୁର ପବିତ୍ରତା ପୁନଃ ସୁନିଶ୍ଚିତ କରାଯାଇଛି। ମନ୍ଦିର ଟ୍ରଷ୍ଟ ସାମିୟକ ପାଇଁ ଗାଈ ଘିଅରେ ପ୍ରସାଦ ପ୍ରସ୍ତୁତ କରାଯାଉଛି । ଅପମିଶ୍ରଣ  ଅଭିଯୋଗ ପରେ ପ୍ରଥମ ଥର ପାଇଁ ଘିଅର ମାନ ପରୀକ୍ଷା ପାଇଁ ପଠାଯାଇଛି। ମନ୍ଦିରରେ ଦିନକୁ ତିଆରି ହୁଏ ୩ ଲକ୍ଷ ଲଡୁ । ପ୍ରସାଦ ବିକ୍ରି କରି  ବାର୍ଷିକ ୫୦୦ କୋଟିରୁ ଅଧିକ କରେ ମନ୍ଦିର ଟ୍ରଷ୍ଟ। ତିରୁପତିରେ ଲଡ଼ୁ ମନ୍ଦିରର ରୋଷଶାଳାରେ ପ୍ରସ୍ତୁତ ହୁଏ । ଯାହାକୁ 'ପୋତୁ' କୁହାଯାଏ ।  ରିପୋର୍ଟ ଅନୁସାରେ,  ମନ୍ଦିରରେ ପ୍ରତ୍ୟେକ ଦିନ ପ୍ରାୟ ତିନି ଲକ୍ଷ ଲଡ଼ୁ ତିଆରି ହୁଏ ।

ଏହାକୁ ତିରୁମାଳା ତିରୁପତି ଦେବସ୍ଥାନ(ଟିଟିଡି) ପକ୍ଷରୁ ବିକ୍ରି କରାଯାଏ । ଲଡ଼ୁ ବିକ୍ରୟରୁ ଟିଟିଡି ବାର୍ଷିକ ୫୦୦ କୋଟି ଟଙ୍କା ଆୟ କରେ । ୩୦୦ ବର୍ଷରୁ ଅଧିକ ସମୟ ହେଲା ତିରୁପତିରେ ଲଡୁ ପ୍ରସାଦ ଭାବେ ଦିଆଯାଉଛି । ଏବେ ଲଡୁରେ ମାଛ ତେଲ, ଘୁଷୁରୀ ଓ ଗୋ ଚର୍ବି ମିଶାଯାଉଥିବା ନେଇ ରିପୋର୍ଟ ଆସିବା ପରେ ମନ୍ଦିର ପ୍ରସାସନ ଏହାକୁ ଗୁରୁତ୍ବର ସହ ନେଇଛି ।  ଘିଅର ମାନ ଯାଞ୍ଚ ପାଇଁ ୭୫ ଲକ୍ଷ ଟଙ୍କାରେ ଏକ ମେସିନ କିଣିବାକୁ ନିଷ୍ପତ୍ତି ନେଇଥିବା ମନ୍ଦିର ଟ୍ରଷ୍ଟ କହିଛି  ।  ତିରୁପତି ମନ୍ଦିରକୁ ୪ଟି ସଂସ୍ଥା ‘ଏଆର ଡାଏରୀ’, ‘କ୍ରିପାରାମ ଡାଏରୀ’, ‘ବୈଷ୍ଣବୀ’, ‘ଶ୍ରୀ ପ୍ରୟାଗ ମିଲ୍କ’ରୁ ଘିଅ ଆସିଥାଏ । ‘ଏଆର ଡାଏରୀ’ ପଠାଇଥିବା ୪ଟି ଘିଅ ଟାଙ୍କିରେ ମାନ ଖରାପ ଥିବା ଜଣାପଡିଛି ।  

ଅପମିଶ୍ରଣ କରାଯାଉଥିବା ରିପୋର୍ଟ ଆସିବା ପରେ ଘିଅର ମାନ ଖରାପ ଥିଲେ ସମ୍ପୃକ୍ତ ସଂସ୍ଥାକୁ ବ୍ଲାଲଲିଷ୍ଟ କରିବାକୁ ଚେତାବନୀ  ଦେଇଛି ତିରୁପତି ମନ୍ଦିର ଟ୍ରଷ୍ଟ।  । ମନ୍ଦିରରେ ଦିନକୁ ତିଆରି ହୁଏ ୩ ଲକ୍ଷ ଲଡୁ । ପ୍ରସାଦ ବିକ୍ରି କରି  ବାର୍ଷିକ ୫୦୦ କୋଟିରୁ ଅଧିକ କରେ ମନ୍ଦିର ଟ୍ରଷ୍ଟ । ତିରୁପତିରେ ଲଡ଼ୁ ମନ୍ଦିରର ରୋଷଶାଳାରେ ପ୍ରସ୍ତୁତ ହୁଏ। ଯାହାକୁ 'ପୋତୁ' କୁହାଯାଏ ।  ରିପୋର୍ଟ ଅନୁସାରେ,  ମନ୍ଦିରରେ ପ୍ରତ୍ୟେକ ଦିନ ପ୍ରାୟ ତିନି ଲକ୍ଷ ଲଡ଼ୁ ତିଆରି ହୁଏ । ଏହାକୁ ତିରୁମାଳା ତିରୁପତି ଦେବସ୍ଥାନ(ଟିଟିଡି) ପକ୍ଷରୁ ବିକ୍ରି କରାଯାଏ ।

ଲଡ଼ୁ ବିକ୍ରୟରୁ ଟିଟିଡି ବାର୍ଷିକ ୫୦୦ କୋଟି ଟଙ୍କା ଆୟ କରେ ।  ୩୦୦ ବର୍ଷରୁ ଅଧିକ ସମୟ ହେଲା ତିରୁପତିରେ ଲଡୁ ପ୍ରସାଦ ଭାବେ ଦିଆଯାଉଛି । ଏବେ ଲଡୁରେ ମାଛ ତେଲ, ଘୁଷୁରୀ ଓ ଗୋଚର୍ବି ମିଶାଯାଉଥିବା ନେଇ ରିପୋର୍ଟ ଆସିବା ପରେ ମନ୍ଦିର ପ୍ରସାସନ ଏହାକୁ ଗୁରୁତ୍ବର ସହ ନେଇଛି  ।  ଘିଅର ମାନ ଯାଞ୍ଚ ପାଇଁ ୭୫ ଲକ୍ଷ ଟଙ୍କାରେ ଏକ ମେସିନ କିଣିବାକୁ ନିଷ୍ପତ୍ତି ନେଇଥିବା ମନ୍ଦିର ଟ୍ରଷ୍ଟ କହିଛି ।  

ତିରୁପତି ମନ୍ଦିରକୁ ୪ଟି ସଂସ୍ଥା ‘ଏଆର ଡାଏରୀ’, ‘କ୍ରିପାରାମ ଡାଏରୀ’, ‘ବୈଷ୍ଣବୀ’, ‘ଶ୍ରୀ ପ୍ରୟାଗ ମିଲ୍କ’ରୁ ଘିଅ ଆସିଥାଏ । ‘ଏଆର ଡାଏରୀ’ ପଠାଇଥିବା ୪ଟି ଘିଅ ଟାଙ୍କିରେ ମାନ ଖରାପ ଥିବା ଜଣାପଡିଛି।  ଅପମିଶ୍ରଣ କରାଯାଉଥିବା ରିପୋର୍ଟ ଆସିବା ପରେ ଘିଅର ମାନ ଖରାପ ଥିଲେ ସମ୍ପୃକ୍ତ ସଂସ୍ଥାକୁ ବ୍ଲାଲଲିଷ୍ଟ କରିବାକୁ ଚେତାବନୀ  ଦେଇଛି ତିରୁପତି ମନ୍ଦିର ଟ୍ରଷ୍ଟ।