କନକବ୍ୟୁରୋ : ତିର୍ତ୍ତୋଲ ବିଧାୟକ ନିଖୋଜ ।  ପାଚେରୀ କାନ୍ଥରେ ଲାଗିଛି ଏଭଳି ପୋଷ୍ଟର ।  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ବିଧାୟକ ରମାକାନ୍ତ ଭୋଇ ନିଖୋଜ ଥିବା ପୋଷ୍ଟର ମରାଯାଇଛି ।   ତିର୍ତ୍ତୋଲ ବ୍ଲକ କାର୍ୟ୍ୟାଳୟ ପାଚେରୀ, ଗେଟ ଓ ସାଇନବୋର୍ଡ ଉପରେ ଏହି ପୋଷ୍ଟର ଲାଗିଛି । ବିଧାୟକ ନିଖୋଜ ଏବଂ ମନ୍ତ୍ରୀଙ୍କୁ ବ୍ଲକ ବିକିଦେଇ ବିଧାୟକ ନିଖୋଜ ବୋଲି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ଫଟୋ ସହିତ ଏଭଳି ପୋଷ୍ଟର ସକାଳୁ ଦେଖିବାକୁ ମିଳିଥିଲା  ।  ପରବର୍ତ୍ତୀ ସମୟରେ ଅଳ୍ପ କିଛି ସମୟ ମଧ୍ୟରେ ଏହାକୁ ଚିରି ଦିଆଯାଇଛି ।  ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ପୋଷ୍ଟର ଲଗାସିଥିଲା ତାହା ଜଣା ପଫି ନଥିବା ବେଳେ ବିଧାୟକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।