କନକବ୍ୟୁରୋ : ତିର୍ତ୍ତୋଲ ବିଧାୟକ ନିଖୋଜ । ପାଚେରୀ କାନ୍ଥରେ ଲାଗିଛି ଏଭଳି ପୋଷ୍ଟର । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ବିଧାୟକ ରମାକାନ୍ତ ଭୋଇ ନିଖୋଜ ଥିବା ପୋଷ୍ଟର ମରାଯାଇଛି । ତିର୍ତ୍ତୋଲ ବ୍ଲକ କାର୍ୟ୍ୟାଳୟ ପାଚେରୀ, ଗେଟ ଓ ସାଇନବୋର୍ଡ ଉପରେ ଏହି ପୋଷ୍ଟର ଲାଗିଛି । ବିଧାୟକ ନିଖୋଜ ଏବଂ ମନ୍ତ୍ରୀଙ୍କୁ ବ୍ଲକ ବିକିଦେଇ ବିଧାୟକ ନିଖୋଜ ବୋଲି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ଫଟୋ ସହିତ ଏଭଳି ପୋଷ୍ଟର ସକାଳୁ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଅଳ୍ପ କିଛି ସମୟ ମଧ୍ୟରେ ଏହାକୁ ଚିରି ଦିଆଯାଇଛି । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ପୋଷ୍ଟର ଲଗାସିଥିଲା ତାହା ଜଣା ପଫି ନଥିବା ବେଳେ ବିଧାୟକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।
ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ନିଖୋଜ ଅଭିଯୋଗ : କାନ୍ଥବାଡ଼, ଗେଟରେ ଲାଗିଛି ମାଳ ମାଳ ପୋଷ୍ଟର
ତିର୍ତ୍ତୋଲ ବିଧାୟକ ନିଖୋଜ । ପାଚେରୀ କାନ୍ଥରେ ଲାଗିଛି ଏଭଳି ପୋଷ୍ଟର । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ବିଧାୟକ ରମାକାନ୍ତ ଭୋଇ ନିଖୋଜ ଥିବା ପୋଷ୍ଟର ମରାଯାଇଛି ।
/kanak/media/media_files/2025/08/04/45-2025-08-04-15-43-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)