ଟିଏସ୍‌ଜି ଗୁରୁକୂଳ ତରଫରୁ ଟାଇମ୍ସ ପ୍ରୋ ଇଣ୍ଟର ସ୍କୁଲ କବାଡ଼ି ଟୁର୍ଣ୍ଣାମେଣ୍ଟ

Advertisment

ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷ ଗୋଲକ ବିହାରୀ ମହାପାତ୍ର

ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷ ଗୋଲକ ବିହାରୀ ମହାପାତ୍ର

TSG Gurukul

TSG Gurukul Photograph: (KanakNews)

ଭୁବନେଶ୍ୱର : ଅଗ୍ରଣୀ ଆବାସିକ ବିଦ୍ୟାଳୟ ସମୂହ ଟିଏସ୍‌ଜି ଗୁରୁକୂଳ ଦ୍ୱାରା ଆୟୋଜିତ ଟାଇମ୍ସ ପ୍ରୋ ଇଣ୍ଟର ସ୍କୁଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ
ଗୋଠପାଟଣାସ୍ଥିତ ବିଦ୍ୟାଳୟ ପରିସରରେ ଆୟୋଜିତ ହେଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ବିଜେପି ରାଜ୍ୟ ଉପାଧ୍ୟକ୍ଷ ଗୋଲକ ବିହାରୀ ମହାପାତ୍ର ଉଦଘାଟନ କରିଥିଲେ ।   ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫ଟି ସ୍କୁଲର ପ୍ରାୟ ୭୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ୨୩ ତାରିଖ ଦିନ ହେବାକୁ ଥିବା ଉଦଯାପନୀ ଉତ୍ସବରେ ବିଜେତା ଦଳଗୁଡ଼ିକୁ ପୁରସ୍କୃତ କରାଯିବ । ଏହି ଅବସରରେ ସ୍କୁଲର ଚେୟାରମ୍ୟାନ ଡ.ସାରଦା ମିଶ୍ର କହିଥିଲେ ଯେ, ଖେଳକୁଦ କ୍ଷେତ୍ରରେ ପ୍ରସାରଣ ପାଇଁ ଟିଏସ୍ଜି ଗୁରୁକୂଳର ଥିବା ସ୍ୱପ୍ନର ଏହା ଏକ ପଦକ୍ଷେପ । ଆଗକୁ ଏପରି ପଦକ୍ଷେପ ଜାରି ରହିବ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ମହାପାତ୍ର ପରିଚାଳନା କରିଥିଲେ । ସ୍କୁଲର ଡାଇରେକ୍ଟର ଶିବ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପାଦିତ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe