ଭୁବନେଶ୍ୱର : ଅଗ୍ରଣୀ ଆବାସିକ ବିଦ୍ୟାଳୟ ସମୂହ ଟିଏସ୍‌ଜି ଗୁରୁକୂଳ ଦ୍ୱାରା ଆୟୋଜିତ ଟାଇମ୍ସ ପ୍ରୋ ଇଣ୍ଟର ସ୍କୁଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ
ଗୋଠପାଟଣାସ୍ଥିତ ବିଦ୍ୟାଳୟ ପରିସରରେ ଆୟୋଜିତ ହେଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ବିଜେପି ରାଜ୍ୟ ଉପାଧ୍ୟକ୍ଷ ଗୋଲକ ବିହାରୀ ମହାପାତ୍ର ଉଦଘାଟନ କରିଥିଲେ ।   ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫ଟି ସ୍କୁଲର ପ୍ରାୟ ୭୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Advertisment

ଏହି ଟୁର୍ଣ୍ଣାମେଣ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ୨୩ ତାରିଖ ଦିନ ହେବାକୁ ଥିବା ଉଦଯାପନୀ ଉତ୍ସବରେ ବିଜେତା ଦଳଗୁଡ଼ିକୁ ପୁରସ୍କୃତ କରାଯିବ । ଏହି ଅବସରରେ ସ୍କୁଲର ଚେୟାରମ୍ୟାନ ଡ.ସାରଦା ମିଶ୍ର କହିଥିଲେ ଯେ, ଖେଳକୁଦ କ୍ଷେତ୍ରରେ ପ୍ରସାରଣ ପାଇଁ ଟିଏସ୍ଜି ଗୁରୁକୂଳର ଥିବା ସ୍ୱପ୍ନର ଏହା ଏକ ପଦକ୍ଷେପ । ଆଗକୁ ଏପରି ପଦକ୍ଷେପ ଜାରି ରହିବ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ମହାପାତ୍ର ପରିଚାଳନା କରିଥିଲେ । ସ୍କୁଲର ଡାଇରେକ୍ଟର ଶିବ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପାଦିତ ହେଉଛି ।