କନକ ବ୍ୟୁରୋ : ସଅଳ ବନ୍ଧା ହେଲା ନୀଳଚକ୍ର ବାନା । ସନ୍ଧ୍ୟା ବଦଳରେ ଅପରାହ୍ନରେ ବନ୍ଧା ହେଲା ବାନା । କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ସପ୍ତାହେ ପର୍ଯ୍ୟନ୍ତ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ଣରେ କରାଗଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚୁନରା ସେବକ ମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ବଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି କ୍ଷ ଧ୍ଵଜା ବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହଦ୍ଵାର ବାହାର ରାସ୍ତାରେ ଭକ୍ତମାନେ ଗହଳି କରୁଛନ୍ତି । ତେଣୁ ସପ୍ତାହେ ପର୍ଯ୍ୟନ୍ତ ଅପରାହ୍ଣରେ ଧ୍ଵଜା ବନ୍ଧା ସମାପନ କରିବାକୁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସଅଳ ବନ୍ଧା ହେଲା ନୀଳଚକ୍ର ବାନା ; ଭିଡ ଯୋଗୁଁ ସମୟ ପରିବର୍ତ୍ତନ
ସଅଳ ବନ୍ଧା ହେଲା ନୀଳଚକ୍ର ବାନା । ସନ୍ଧ୍ୟା ବଦଳରେ ଅପରାହ୍ନରେ ବନ୍ଧା ହେଲା ବାନା । କାର୍ତ୍ତିକ ମାସରେ ଅସମ୍ଭବ ଭିଡ ଯୋଗୁଁ ସପ୍ତାହେ ପର୍ଯ୍ୟନ୍ତ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ଣରେ କରାଗଲା ।