ଭାରତ ପାଇଁ ବିଜୟ ଆଣିଲେ ତିଲକ ; ହାସଲ କଲେ କ୍ୟାରିଅରର ପ୍ରଥମ ଶତକ

ଭାରତକୁ ବିଜୟ ମୁକୁଟ ପିନ୍ଧାଇଲେ ତିଲକ ବର୍ମା । ଦକ୍ଷିଣ-ଆଫ୍ରିକା ବିରୋଧରେ ତୃତୀୟ ଟି-୨୦ରେ ହାସଲ କଲେ କ୍ୟାରିଅରର ପ୍ରଥମ ଶତକ ।

15sp

କନକ ବ୍ୟୁରୋ: ତିଲକ ବର୍ମାଙ୍କ ବଡ଼ ଶୋ। ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ ହାସଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ତାଙ୍କୁ ମିଳିଛି ଏହି ସଫଳତା । ଅନ୍ୟ ଷ୍ଟାର ଖେଳାଳିମାନେ ଫେଲ ମାରିଥିଲେ । ହେଲେ ତିଲକ ବର୍ମାଙ୍କ ଅପରାଜିତ ଶତକୀୟ ପାଳି ଦକ୍ଷିଣ ଆଫ୍ରିକାକୁ ୨୨୦ ରନ୍‌ର ବିଜୟ ଟାର୍ଗେଟ ଦେଇଥିଲା । ଏହି ବିଜୟ ଲକ୍ଷକୁ ପିଛା କରି ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୨୦୮ ରନ୍ କରିପାରିଥିଲା । ତିଲକ ବର୍ମାଙ୍କ ଶତକ ସହିତ ଅଭିଷେକ ଶର୍ମା ମଧ୍ୟ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ସଞ୍ଜୁ ସାମସନଙ୍କୁ ଆଉଟ୍‌ କରି ମାର୍କୋ ୟାନସେନ୍‌ ଘରୋଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ । କିନ୍ତୁ ଅଭିଷେକଙ୍କ ସହ ତିଳକ ପିଚରେ ଯୋଗଦେବା ପରେ ଆଗକୁ ବଢିଥିଲା ସ୍କୋର ବୋର୍ଡ । ଅନ୍ୟମାନଙ୍କ ବ୍ୟାଟରୁ ବଡ଼ ରନ୍‌ ବାହାରି ନଥିଲେ ମଧ୍ୟ ତିଳକ ବର୍ମା ଘରୋଇ ବୋଲରଙ୍କ ପାଇଁ କାଳ ସାଜିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe