ହାସ୍ୟଅଭିନେତା ଟିକୁ ତଲସାନିୟାଙ୍କୁ ଆସିଲା ହାର୍ଟ ଆଟାକ୍ । ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଗମ୍ଭୀର ଅବସ୍ଥାରେ ଅଭିନେତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ପରେ ଜଣାପଡ଼ିଥିଲା ଯେ ଟିକୁଙ୍କୁ ହାର୍ଟ ଆଟାକ୍ ହୋଇଛି । ବର୍ତ୍ତମାନ ହସ୍ପିଟାଲରେ ଟିକୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଡାକ୍ତର ଟିକୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । 

28216161736580167

ଟେଲି ଏବଂ ବଲିଉଡ୍ ଜଗତର ଜଣାଶୁଣା ହାସ୍ୟଅଭିନେତା ଟିକୁ ତଲସାନିୟାଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟବସ୍ଥା । ମିଡ଼ିଆ ରିପୋର୍ଟ ଅନୁସାରେ , ଗମ୍ଭୀର ଅବସ୍ଥାରେ ଅଭିନେତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ପରେ ଜଣାପଡ଼ିଥିଲା ଯେ ଟିକୁଙ୍କୁ ହାର୍ଟ ଆଟାକ୍ ହୋଇଛି । ବର୍ତ୍ତମାନ ହସ୍ପିଟାଲରେ ଟିକୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଡାକ୍ତର ଟିକୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । 

fdgderg

ମାଲାମାଲ୍ ୱିକଲି , ହଙ୍ଗାମା , ଢ଼ୋଲ୍ , ହେରାଫେରୀ ଭଳି ଅନେକ ସିନେମାରେ ନଜର ଆସି ଲୋକଙ୍କୁ ହସି ହସି ବେଦମ୍ କରାଇଥିବା ଟିକୁଙ୍କ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାକୁ ନେଇ ସାଥୀ କଳାକାର ଏବଂ ଫ୍ୟାନ୍ସ ଚିନ୍ତିତ ଅଛନ୍ତି । ବଲିଉଡର ସିନିୟର୍ ଆକ୍ଟର ତାଲିକାରେ ଗଣାଯାଉଥିବା ଟିକୁଙ୍କ ସ୍ବାସ୍ଥ୍ୟ ଖୁବଶୀଘ୍ର ସୁସ୍ଥ ହୋଇଯାଉ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି । ତେବେ ଏହାରି ଉପରେ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । 

tiku

ନିକଟରେ ଅଭିନେତା ରାଜକୁମାର ରାଓ ଏବଂ ତୃପ୍ତି ଡିମରିଙ୍କ ସହ ‘ବିକ୍କି ବିଦ୍ୟା କା ୱୋ ୱାଲା ଭିଡ଼ିଓ’ ସିନେମାରେ ସେ ନଜର ଆସିଥିଲେ । ସିନେମାରେ ଟିକୁ ରାଜକୁମାରଙ୍କ ବାପାଙ୍କ ଭୂମିକାରେ ନଜର ଆସିଥିଲେ । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe