Photograph: (kanaknews)
କନକବ୍ୟୁରୋ : ଟିକ୍ଟକ୍ ପୁଣି ଭାରତ ଫେରୁଥିବା ନେଇ ଚର୍ଚ୍ଚା ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟିକରଣ । ଏହି ଚୀନ ଭିଡିଓ ଆପର ୱେବସାଇଟ୍ ଖୋଲିବା ପରେ ପୁଣି ଭାରତକୁ ଟିକ୍ଟକ୍ ଫେରିବ ବୋଲି ଚର୍ଚ୍ଚା ଆଲୋଚନା ହେଉଥିଲା । କିନ୍ତୁ ସରକାର ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି । ଟିକ୍ଟକ୍ ଅନବ୍ଲକ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଟିକ୍ଟକ୍ ପୁଣି ଭାରତ ଫେରିବା ନେଇ ପ୍ରସାରଣ କରାଯାଉଥିବା ଖବର ମିଛ । ଏହା ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି। କିଛି ୟୁଜର୍ସ ଶୁକ୍ରବାର ସନ୍ଧ୍ୟାରେ ଟିକଟକ ୱେବସାଇଡ ଖୋଲିଥିବା ନେଇ ଦାବି କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ୟୁଜର୍ସ ଏଥିରେ ଲଗଇନ କରିପାରୁନାହାଁନ୍ତି ଅବା ଭିଡିଓ ଦେଖିପାରୁନାହାଁନ୍ତି । କିନ୍ତୁ ଏବେବି ଟିକଟକ ଆପ, ଆପ ଷ୍ଟୋରରେ ମିଳୁନାହିଁ । ୨୦୨୦ରେ ଟିକଟକ, ଉଇ ଚାଟ ସମେତ ୫୯ଟି ମୋବାଇଲ ଆପକୁ ବ୍ୟାନ କରିଥିଲେ ଭାରତ ସରକାର।
Follow Us