କନକ ବ୍ୟୁରୋ: ପୁଣି ଠିକଣା ବଦଳାଇଲା ବାଘୁଣୀ ଜିନ୍ନତ। ଝାଡ଼ଖଣ୍ଡ ଛାଡ଼ି ପଳେଇଲା ପଶ୍ଚିମବଙ୍ଗ। ଗତ ୮ ତାରିଖ ରାତିରେ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା ବାଘୁଣୀ । ସେଠାରେ ୧୨ ଦିନ ରହିବା ପରେ ଗତକାଲି ରାତିରେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗକୁ ପଳାଇଛି ମହାରାଷ୍ଟ୍ରର ବାଘୁଣୀ ଜିନ୍ନତ । ଏବେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି । ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ଟିମ୍ ଜିନ୍ନତ୍ ଉପରେ ନଜର ରଖିଛନ୍ତି । ତେବେ କାହିଁକି ବାରମ୍ବାର ଠିକଣା ବଦଳାଉଛି ଜିନ୍ନତ ତାକୁ ନେଇ ଚିନ୍ତାରେ ବନ ବିଭାଗ...

Advertisment

ଜିନ୍ନତ ପଳାଇଲା ପଶ୍ଚିମବଙ୍ଗ

  • ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ଓଡ଼ିଶା ଆସିଥିଲା ବାଘୁଣୀ
  • ନଭେମ୍ବର ୧୫ରେ ଶିମିଳିପାଳ କୋର ଅଞ୍ଚଳରେ ଛଡ଼ାଯାଇଥିଲା
  • ଡିସେମ୍ବର ୮ ତାରିଖରେ ଶିମିଳିପାଳ ଛାଡ଼ି ପଳାଇଥିଲା ଜିନ୍ନତ
  • ୫୦ କିଲୋମିଟର ରାସ୍ତା ଅତିକ୍ରମ କରି ଝାଡ଼ଖଣ୍ଡରେ ପହଞ୍ଚିଥିଲା
  • ୧୨ଦିନ ପରେ ପୁଣି ଠିକଣା ବଦଳାଇଛି ବାଘୁଣୀ
  • ଝାଡ଼ଖଣ୍ଡ ଜଙ୍ଗଲ ଛାଡ଼ି ପଶ୍ଚିମବଙ୍ଗରେ ପହଞ୍ଚିଛି
  • ବାଘୁଣୀର ଗତିବିଧି ଉପରେ ନଜର ରଖିଛି ସ୍ବତନ୍ତ୍ର ଟିମ୍‌
  • ରେଡିଓ କଲାର ମାଧ୍ୟମରେ ଜଣାପଡୁଛି ବାଘୁଣୀର ସ୍ଥିତି