କନକ ବ୍ୟୁରୋ: ଶିମିଳିପାଳରେ ଶିକାର ଆରମ୍ଭ କଲା ବାଘୁଣୀ ଯମୁନା । ଗୋଡାଇ ଗୋଡାଇ କଲା ଜଙ୍ଗଲୀ ବାରହା ଶିକାର। ୫ ଦିନ ଚୁପଚାପ ରହିବା ପରେ ଯମୁନା ଦେଖାଇଛି ନିଜର ଶିକାରୀ ଅନ୍ଦାଜ। ସଫ୍ଟ ଏନକ୍ଲୋଜରରେ ଥିବା ଯମୁନା ୧୨ରୁ ୧୫ କିଲୋଗ୍ରାମର ବାରହାକୁ ଶିକାର କରି ନିଜର ଭୋକ ମେଣ୍ଟାଇଛି। ରବିବାର ମହାରାଷ୍ଟ୍ରର ତାଡୋବା ଅଭୟାରଣ୍ୟରୁ ଆସିଥିବା ଯମୁନା ଶିମିଳିପାଳରେ ପହଞ୍ଚିବା ପରେ ଖାଇବା ଛାଡି ଦେଇଥିଲା। କିନ୍ତୁ ଏବେ ଯମୁନାର ବାରହା ଶିକାର ବନବିଭାଗ ପାଇଁ ଖୁସି ଆଣି ଦେଇଛି।
ଯମୁନାର ବାରହା ଶିକାର
ଦେଢ ଏକର ପରିଧିର ସଫ୍ଟ ଏନକ୍ଲୋଜରରେ ଯମୁନାକୁ ଛଡାଯାଇଥିଲା । ସଫ୍ଟ ଏନକ୍ଲୋଜରରେ ସମ୍ବର, ବାରହାକୁ ଶିକାର ପାଇଁ ଛଡାଯାଇଥିଲା । ଯମୁନାର ଗତିବିଧି ଉପରେ ନଜର ରଖିବାକୁ ଟ୍ରାପ୍ କ୍ୟାମେରା ଓ ରେଡିଓ କଲାର ଲାଗିଥିଲା । ଯମୁନା ଉପରେ ୨୪ ଘଣ୍ଟିଆ ନଜର ରଖୁଥିଲେ ବନବିଭାଗର ଏକାଧିକ ଦକ୍ଷ କର୍ମଚାରୀ ।
ଶିମିଳିପାଳରେ ଏବେ ୩୯ଟି ବାଘ ରହିଛନ୍ତି । ଶିମିଳିପାଳରେ ବାଘବଂଶ ବୃଦ୍ଧି ସହ ବାଘ ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଥମେ ମାଈ ମହାବଳ ବାଘୁଣୀ ଯମୁନାକୁ ମହାରାଷ୍ଟ୍ରରୁ ଆଣିଛି ବନବିଭାଗ । ୫ ଦିନ ମଧ୍ୟରେ ସଫ୍ଟ ଏନକ୍ଲୋଜରରେ ବାରହା ଶିକାର ସହ ଶିମିଳିପାଳ ପରିବେଶ ସହ ଖାପ ଖୁଆଇଥିବା ନେଇ ସଂକେତ ଦେଇଛି ଯମୁନା । ଯାହା ବାଘବଂଶ ବୃଦ୍ଧି ପାଇଁ ଶୁଭ ସଂକେତ ବୋଲି କହିଛନ୍ତି ପରିବେଶବିତ୍ ।
ଶିମିଳିପାଳକୁ ଯମୁନା ଆସି ଶିକାର ଆରମ୍ଭ କରିଛି । ଖୁବଶୀଘ୍ର ଯମୁନାକୁ ସଫ୍ଟ ଏନକ୍ଲୋଜରରୁ ଜଙ୍ଗଲ ଭିତରକୁ ଛାଡି ଦିଆଯିବ । ଏହାସହ ମହରାଷ୍ଟ୍ରରୁ ଆଉ ଏକ ମାଈ ମହାବଳ ଶିମିଳିପାଳକୁ ଆସିବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/10/31/RCZuhidFjNWQxGRGOQZo.jpg)