କନକ ବ୍ୟୁରୋ: ଲମ୍ବା କାରକେଡ୍, ପଛକୁ ପଛ ଲମ୍ବିଛି ଗାଡି । କାମେରା ଲେନ୍ସ ଯେତେ ପର୍ୟ୍ୟନ୍ତ ଅଛି, ସେତେ ପର୍ୟ୍ୟନ୍ତ ଲାଗିଛି ଗାଡି । କାହାର ଏ କାରକେଡ୍, କାହା ପାଇଁ ଏତେ ଚିନ୍ତା, ଏତେ ସୁରକ୍ଷା । ଭିଭିଆଇପିଙ୍କ ଭଳି ସୁରକ୍ଷା କାହା ପାଇଁ । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ । ଦେଖନ୍ତୁ ଏ ଦୃଶ୍ୟକୁ । ଏ ସୁରକ୍ଷା ବାଘୁଣୀ ଜିନ୍ନତ ପାଇଁ । ଯେଉଁ ଜିନ୍ନତ ଏତେ ଦିନ ପର୍ୟ୍ୟନ୍ତ ନାକେଦମ୍ କରୁଥିଲା ବନ ବିଭାଗକୁ, ତାରି ପାଇଁ ଏତେ ଚିନ୍ତା, ଏତେ ସିକ୍ୟୁରିଟି। ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରୁ ଜିନ୍ନତକୁ କିଛି ଏଭଳି ସୁରକ୍ଷା ଦେଇ ନିଆଯାଉଛି । ବାରମ୍ବାର ଚକମା ଦେବା ପରେ ଗତକାଲି ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନବିଭାଗର ସ୍ବତନ୍ତ୍ର ଟିମ୍ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଛି ବାଘୁଣୀ। ଜିନ୍ନତ କୁ ଧରିବା ବନବିଭାଗ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ। ପିସିସିଏଫ ପ୍ରେମ କୁମାର ଝାଙ୍କ ସୂଚନା, ବାଘୁଣୀର ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛି ବନବିଭାଗ । ଖୁବ ଶୀଘ୍ର ଶିମିଳିପାଳ କୁ ଆସିବ ଜିନ୍ନତ। ଜିନ୍ନତ ଏବେ ସୁସ୍ଥ ଅଛି । ଶିମିଳିପାଳ ଅଣା ଯିବା ପରେ ଯମୁନା ପାଇଁ ହୋଇଥିବା ସାଉଥ ଏନକ୍ଲୋଜର ରେ କିଛି ଦିନ ରହିବ ଜିନ୍ନତ ।
କାରକେଡ୍ ଭିତରେ ଆସୁଛି ଜିନ୍ନତ ; ବାଘୁଣୀ ପାଇଁ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା
Advertisment
Follow Us