କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ । ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍‌ ହେବ । ଏଥିପାଇଁ ଶେଷ ଦିନରେ ବିଜେପି, କଂଗ୍ରେସ ଓ ନ୍ୟାସନଲ କନଫରେନ୍ସ ଜୋରଦାର ପ୍ରଚାର କରିଥିଲେ । ବିଜେପି ସହ ମୈଦାନକୁ ଓଲ୍ହାଇଛନ୍ତି କଂଗ୍ରେସ ଓ ଏନସି । ଘାଟିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ମୋଟ ୨୧୯ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମ‌ାରେ ୪୫, ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨, ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି ।  ଇତି ମଧ୍ୟରେ ଜମ୍ମୁ କଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  କଶ୍ମୀରରେ ପ୍ରାୟ ୩୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ଜମ୍ମୁ କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବା‌ଚନ ହେବାକୁ ଯାଉଛି । 

ଆସନ୍ତାକାଲି ଜାମ୍ମୁ କାଶ୍ମୀର ନିର୍ବାଚନ

- ଦୀର୍ଘ ୧୦ ବର୍ଷ ପରେ ହେଉଛି ବିଧାନସଭା ନିର୍ବା‌ଚନ
- ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର
- ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍‌
- ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମ‌ାରେ ୪୫, ଡୋଡ଼ାରେ ୨୫
- ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨
- ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ
- ନିର୍ବାଚନ ମଇଦାନରେ ଅଛନ୍ତି ୨୧୯ ପ୍ରାର୍ଥୀ
- ନିର୍ବାଚନ ପାଇଁ ଜମ୍ମୁ କଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
- ୩୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି