କନକ ବ୍ୟୁରୋ: କନ୍ଧମାଳରେ କଡ଼ା ସୁରକ୍ଷା । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୭ ତମ ଶ୍ରାଦ୍ଧ ବାର୍ଷିକୀ ଓ ଜନ୍ମାଷ୍ଟମୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଉଛି। ଜଳେଶପଟ୍ଟା ଓ ଚକାପାଦ ଆଶ୍ରମ ଚାଳଚଞ୍ଚଳ ହୋଇଛି । ସ୍ୱାମୀ ମୁକ୍ତାନନ୍ଦ ପୁରୀ ମହାରାଜଙ୍କ ସମେତ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଶଙ୍କରାଚାର୍ୟ୍ୟ ସଂସ୍କୃତ କନ୍ୟାଶ୍ରମ, ଜଳେଶପଟ୍ଟା ଚଳଚଞ୍ଚଳ ହୋଇଛି । ସ୍ଵାମୀଜୀଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ଅନୁଗାମୀ ମାନେ ଏକାଠି ହୋଇଛନ୍ତି ।
ଆଶ୍ରମରେ ସ୍ଵାମୀ ମୁକ୍ତାନନ୍ଦ ପୁରୀ ମହାରାଜ କାର୍ୟ୍ୟର ତଦାରଖ କରୁଛନ୍ତି । ସକାଳୁ ସକାଳୁ ସୂର୍ୟ୍ୟ ପୂଜା ସହ, କଳସ ଯାତ୍ରା, ଯଜ୍ଞକର୍ମ, ସ୍ମୃତିସଭା ପ୍ରସାଦ ସେବନ ପରେ ସଂଧ୍ୟାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଓ ସଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ । ବିଶ୍ଵ ହିନ୍ଦୁ ପରିଷଦର ବହୁ ସାଧୁସନ୍ଥ ଏହି କାର୍ୟ୍ୟ କ୍ରମରେ ଯୋଗଦେବେ । ଏହାକୁ ନଜରରେ ରଖି ବାଲିଗୁଡା ଏସଡିପିଓଙ୍କ ନେତୃତ୍ଵରେ ବିଭିନ୍ନ ସ୍ଥାନରେ ଫ୍ଲାଗ୍ମାର୍ଚ୍ଚ କରାଯାଉଛି ।